କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଗୁଲନଗର ଅଞ୍ଚଳରେ ଏକ କଳସ ଶୋଭାଯାତ୍ରାବେଳେ ଅଭାବନୀୟ ଘଟଣା ଘଟିଛି । ଶୋଭାଯାତ୍ରା ସମୟରେ ବାଣ ବିସ୍ଫୋରଣ ହୋଇ ୧୦ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୪ ଜଣ ଶିଶୁ ଥିବା ଜଣାପଡ଼ିଛି । ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
କେନ୍ଦ୍ରାପଡ଼ା ଗୁଲୁନଗରରେ ଏକ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ କଳସ ଶୋଭାଯାତ୍ରା ଚାଲିଥିଲା । ଏଥିରେ ଶତାଧିକ ମହିଳା ଏବଂ ପୁରୁଷ ସାମିଲ ହୋଇଥିଲେ । ଏହି ସମୟରେ ହଠାତ୍ ବାଣ ବିସ୍ଫୋରଣ ହୋଇଥିଲା । ଫଳରେ ୪ ଜଣଙ୍କ ସମେତ ୧୦ ଆହତ ହୋଇଥିଲେ । ତୁରନ୍ତ ସେଠାରେ ଉପସ୍ଥିତ ଥିବା ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଶୋଭାଯାତ୍ରାରେ ଫୁଟାଇବା ପାଇଁ ରଖାଯାଇଥିବା ବାଣ ବିସ୍ଫୋରଣ ହୋଇଥିବା କୁହାଯାଉଛି । ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି ।