କେନ୍ଦ୍ରାପଡ଼ା: ଅସାଧୁ ମଦ ବ୍ୟବସାୟୀଙ୍କ ଆଡ୍ଡା ସ୍ଥଳୀ ପାଲଟିଛି ଅଙ୍ଗନବାଡ଼ି କେନ୍ଦ୍ର । ଯେଉଁଠି ଛୋଟ ଛୋଟ ଶିଶୁଙ୍କୁ ଶିକ୍ଷାଦାନ କରାଯାଉଛି, ସେଇଠି ହେଉଛି ଦେଶୀ ମଦ ବ୍ୟବସାୟ । ଆଜି କେନ୍ଦ୍ରାପଡ଼ା ଅବକାରୀ ବିଭାଗ ନିକିରାଇ ଥାନା ଅନ୍ତର୍ଗତ ଧୂମାତ ଶାସନ ଅଙ୍ଗନବାଡି କେନ୍ଦ୍ରରେ ଚଢ଼ଉ କରି ୧୩ ବୋତଲ ଦେଶୀ ମଦ ଆସ୍କା ୪୦ ଜବତ କରିଛି । ଏଥିରେ ଅଙ୍ଗନବାଡ଼ି କେନ୍ଦ୍ରର ସହାୟିକା ହିଁ ମୁଖ୍ୟ କାର୍ପଟଦାର ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ନିକିରାଇ ଥାନା ଅନ୍ତର୍ଗତ ଧୂମାତ ଶାସନ ଅଙ୍ଗନବାଡି କେନ୍ଦ୍ରରେ ମଦ ବ୍ୟବସାୟ ଚାଲିଥିବା ନେଇ ଗ୍ରାମବାସୀ ଅବକାରୀ ବିଭାଗକୁ ଜଣାଇଥିଲେ । ଆଜି କେନ୍ଦ୍ରାପଡା ଅବକାରୀ ବିଭାଗ ଖବର ପାଇ ଦୁଇଟି ସ୍ଥାନରେ ଚଢ଼ାଉ କରିଥିବା ବେଳେ ସେମାନଙ୍କ ପାଖରୁ କୌଣସି ମାଦକ ଦ୍ରବ୍ୟ ମିଳିନଥିଲା । ତେବେ ଗାଁ ଲୋକେ ଅଙ୍ଗନବାଡି କେନ୍ଦ୍ରରେ ମଦ ବ୍ୟବସାୟ ହେଉଥିବା ନେଇ ଅବକାରୀ ବିଭାଗକୁ ଜଣାଇଥିଲେ । ଏହା ପରେ ବିଭାଗର ୪ ଜଣିଆ ଟିମ ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚି ଚଢ଼ଉ କରିଥିଲା । ଅଙ୍ଗନବାଡ଼ି କେନ୍ଦ୍ରରୁ ଏକ ବ୍ୟାଗ ବୋଝେଇ ୧୩ ଟି ଦେଶୀ ଆସ୍କା ୪୦ ମଦ ଜବତ କରିଥିଲା।
ଏହା ପରେ ଗ୍ରାମବାସୀ ଅଙ୍ଗନବାଡି କର୍ମୀଙ୍କୁ ଘେରି ଯାଇଥିଲେ । ଅବକାରୀ ବିଭାଗ ଅଙ୍ଗନବାଡ଼ି ସହାୟିକାକୁ ଉଦ୍ଧାର କରି ଉଦ୍ଧାର କରି ସରପଞ୍ଚଙ୍କ ଜିମା ଦେଇଥିଲା । ତେବେ ଏହି ବ୍ୟବସାୟରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଧରିବାକୁ ଅବକାରୀ ବିଭାଗ ତଦନ୍ତ ଆରମ୍ଭ କରିଛି ।