ବ୍ରହ୍ମପୁର: ବ୍ରହ୍ମପୁର ବହୁଚର୍ଚ୍ଚିତ ହଳଦିଆପଦର ଓଭରବ୍ରିଜ୍ ଘଟଣାସ୍ଥଳରେ ୫ ଜଣିଆ ବୈଷୟିକ ଟିମ୍ର ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟୁଛି ଏବଂ ବ୍ରିଜର କଣ ଢାଞ୍ଚାଗତ ତ୍ରୁଟି ରହିଛି ବୈଷୟିକ ଟିକ୍ ଟିକିନିଖି ଯାଞ୍ଚ କରିଛନ୍ତି ।
ଗତ ଜାନୁଆରୀ ୩୧ ତାରିଖରେ ହଳଦିପଦର ବ୍ରିଜ୍ ଉପରେ ଭୟଙ୍କର ଦୁର୍ଘଟଣା ଘଟି ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ରଙ୍ଗ୍ ରୁଟରେ ଆସି ଏକ ଟ୍ରକ୍ ତିନୋଟି ବାଇକୁ ଧକ୍କା ଦେଇଥିଲା । ଯାହାକୁ ନେଇ ସୁପ୍ରିମକୋର୍ଟ ସଡ଼କ ନିରାପତ୍ତା କମିଟି ଉଦବେଗ ପ୍ରକାଶ କରିଥିଲେ । କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ଏବଂ ଆଗାମୀ ଦିନରେ ଏହାକୁ ଏଡ଼ାଇବାକୁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ଜଣାଇବାକୁ ମୁଖ୍ୟ ଶାସନ ସଚିବଙ୍କୁ ସୁପ୍ରିମକୋର୍ଟ କମିଟି ନୋଟିସ୍ ଜାରି କରି ଜବାବ ତଲବ କରିଥିଲେ । ଆସନ୍ତା ମାର୍ଚ୍ଚ ୫ ସୁଦ୍ଧା ଏହି ଦୁର୍ଘଟଣାର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ରହିଛି ।