ଝାରସୁଗୁଡ଼ା ସଦର ଥାନା ନିକଟରେ ଦୁର୍ଘଟଣାରେ ୫ ଜଣ କର୍ତ୍ତବ୍ୟରତ ପୋଲିସ କର୍ମଚାରୀ ପ୍ରାଣ ହରାଇଥିବା ଘଟଣା। ପରିବାରବର୍ଗଙ୍କୁ ଓଡ଼ିଶା ପୋଲିସ ପକ୍ଷରୁ ତୁରନ୍ତ ସହାୟତା ରାଶି ପ୍ରଦାନ କରାଯାଇଛି। ୪ ଜଣ ପୋଲିସ କର୍ମଚାରୀଙ୍କ ପରିବାରକୁ ୧.୧୦ କୋଟି ଟଙ୍କା ଲେଖାଏଁ ଏବଂ ଜଣେ ହୋମଗାର୍ଡଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ବୀମା ଅର୍ଥରାଶି ପ୍ରଦାନ କରାଯାଇଛି।ପୋଲିସ ଏବଂ ବ୍ୟାଙ୍କ ଇନସ୍ୟୁରାନ୍ସ କମ୍ପାନୀ ପକ୍ଷରୁ ଏହି ଅର୍ଥରାଶି ଦିଆଯାଇଛି। ଉତ୍ତରାଞ୍ଚଳ ଆଇ.ଜି ହିମାଂଶୁ ଲାଲ, ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ ଏବଂ ଏସ.ପି ଶ୍ରୀ ଗୁଣ୍ଡଲା ରାଘବେନ୍ଦ୍ର ରେଡ୍ଡୀ (ଆଇପିଏସ)ଙ୍କ ଉପସ୍ଥିତିରେ ଏହି ସହାୟତା ଚେକ୍ ପ୍ରଦାନ କରାଯାଇଛି।
ସ୍ୱର୍ଗତଃ ଡ୍ରିଲ ସବ୍-ଇନ୍ସପେକ୍ଟର ଶ୍ରୀ ନିରଞ୍ଜନ କୁଜୁର, କନେଷ୍ଟବଳ କାଶୀରାମ ଭୋଇ, କନେଷ୍ଟବଳ ଦେବଦତ୍ତ ସା ଏବଂ ହାବିଲଦାର ଲିଙ୍ଗରାଜ ଧୁରୁଆଙ୍କ ପରିବାରବର୍ଗଙ୍କୁ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଜୀବନ ବୀମା ପକ୍ଷରୁ ପ୍ରତ୍ୟେକଙ୍କୁ ୧.୧୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ସେହିପରି ଦୁର୍ଘଟଣାରେ ପ୍ରାଣ ହରାଇଥିବା ହୋମଗାର୍ଡ ଭକ୍ତବନ୍ଧୁ ମିର୍ଦ୍ଧାଙ୍କ ପରିବାରବର୍ଗଙ୍କୁ HDFC ବ୍ୟାଙ୍କ ପକ୍ଷରୁ ୩୦ ଲକ୍ଷ ଟଙ୍କାର ଜୀବନ ବୀମା ଅର୍ଥରାଶି ପ୍ରଦାନ କରାଯାଇଛି।