ଭୁବନେଶ୍ୱର: ରାଜଧାନୀରେ ମହିଳାଙ୍କ ଦାଦାଗିରି। ଥାନା ଭିତରେ ମହିଳା କନେଷ୍ଟବଳଙ୍କୁ ଚାପୁଡ଼ା ମାରିଲେ ମହିଳା। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନାରେ ଦେଖିବାକୁ ମିଳିଛି ହାଇଡ୍ରାମା।
ଏକ କେସ୍ର ଷ୍ଟାଟସ୍ ଜାଣିବାକୁ ଆସିଥିବା ଜଣେ ମହିଳା ଆସିଥିବା ବେଳେ ଥାନାରେ ସେ ଡିସିଓ ଏବଂ ପୋଲିସ ଅଧିକାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଯେତେ ବୁଝାସୁଝା କରିବା ବେଳେ ଲେଡି କନେଷ୍ଟବଳଙ୍କୁ ମହିଳା ଜଣଙ୍କ ହଠାତ୍ ଉତକ୍ଷିପ୍ତ ହୋଇ ଚାପୁଡ଼ା ମାରିଥିବାର ଅଭିଯୋଗ ହୋଇଛି।
ଘଟଣା ନେଇ ଥାନା ଅଧିକାରୀ ଗିରିଶ ମହାରଣା ତଦନ୍ତ କରୁଥିବା କହିଛନ୍ତି। ଅନ୍ୟପକ୍ଷରେ ମାଡ଼ ମାରିଥିବା ମହିଳା ଜଣଙ୍କୁ ମଧ୍ୟ ପୁଲିସ୍ ଅଟକରଖିଥିବା ସୂଚନା ମିଳିଛି। ତେବେ କେଉଁ କାରଣରୁ ଏପରି ଘଟଣାଘଟିଲା ଏବଂ ଦୋଷଯଦି ଆକ୍ରୋଷମୂଳକଭାବେ ପୁଲିସକୁ ଆର୍କମଣ କରିଥିବ ତେବେ ତାଙ୍କୁ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି।