କେନ୍ଦ୍ରାପଡ଼ା ଜିଲା ରାଜନଗର ତହସିଲ ଅନ୍ତର୍ଗତ ରାଜନଗର ତହସିଲ କୋରଡ଼ାଗଡ଼ ସର୍କଲ ରାଜସ୍ୱ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ବେହେରା ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି। ଏକ ପଟ୍ଟାକୁ ସଂଶୋଧନ କରାଇଦେବା ପାଇଁ ଶୁକ୍ରବାର ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରିଲା କଟକ ଭିଜିଲାନ୍ସ ଟିମ୍।
ଆଜି ରାଜନଗର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସେ ଲଂଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଦୀର୍ଘ ସମୟ ଧରି ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକଙ୍କୁ ଭିଜିଲାନ୍ସ ଟିମ୍ ଫଲୋ କରିଥିଲା। ଅଭିଯୋଗକାରୀ ଟଙ୍କା ଦେବା ପରେ ନିରୀକ୍ଷକ ଟଙ୍କା ନେଇ ତହସିଲ ଅଫିସକୁ ଯିବାବେଳେ ଆଗକୁ ଭିଜିଲାନ୍ସ ଟିମ୍ ଧରି ପକାଇ ଅଧିକ ପଚରାଉଚରା ପାଇଁ କେନ୍ଦ୍ରାପଡ଼ା ଭିଜିଲାନ୍ସ ଅଫିସକୁ ନେଇଛି।
ତଦନ୍ତକାରୀ ଟିମର କହିବାନୁଯାୟୀ, ଉତ୍ତରାଧିକାର ଅପଡେସନ୍ ସମ୍ବନ୍ଧୀୟ ଏକ ମ୍ୟୁଟେସନ୍ ମାମଲାରେ ଏକ ରିପୋର୍ଟ ଦାଖଲ କରିବା ପାଇଁ ପ୍ରଦ୍ୟୁମ୍ନ ବେହେରା ଲାଞ୍ଚ ଦାବି କରିଥିଲେ। ଏନେଇ ଜମି ମାଲିକ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ପୂର୍ବ ଯୋଜନା ମୁତାବିକ ଆଜି ଟଙ୍କା ଦେଉଥିବା ବେଳେଭିଜିଲାନ୍ସ ପଞ୍ଝାରେ ଧରାପଡିଛି। ତାଙ୍କ ନିକଟରୁ ୫,୦୦୦ ଟଙ୍କା ଜବତ କରାଯାଇଛି। ଟଙ୍କା ସହ ଜଡିତ ଦୁଇଟି ସ୍ଥାନରେ ଏକକାଳୀନ ତଲାସ ଆରମ୍ଭ ହୋଇଛି। ତଦନ୍ତ ଜାରି ରହିଛି, ଏବଂ ସନ୍ଧାନ ଆଗକୁ ବଢ଼ିବା ସହିତ ଆହୁରି ବିବରଣୀ ମିଳିବ ନେଇ ଆଶା କରାଯାଉଛି।