ପାରାଦୀପ: ପାରାଦୀପ ଆଦର୍ଶ ଥାନା ଅନ୍ତର୍ଗତ ତାରିଣୀଗଡାରେ ଛାତରୁ ପଡ଼ି ଯୁବତୀଙ୍କ ମୃତ୍ୟୁ ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ଯୁବତୀଙ୍କ ପୁରୁଷ ବନ୍ଧୁ ଏବଂ ଭଡ଼ାଟିଆ ବୋଲି ସୂଚନା ମିଳିଛି । ତେବେ ପୋଲିସ ଏ ନେଇ କୌଣସି ଆନୁଷ୍ଠାନିକ ସୂଚନା ପ୍ରଦାନ କରିନାହିଁ । ଆଜି ସନ୍ଧ୍ୟାରେ ଜଗତସିଂହପୁର ଏସପି ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେବାର ସମ୍ଭାବନା ରହିଛି ।
ପାରାଦ୍ୱୀପ: ପାରାଦ୍ୱୀପ ତାରିଣୀଗଡ଼ାରେ ଏକ ମହିଳାଙ୍କର ରହସ୍ୟ ଜନକ ଭାବେ ମୃତ୍ୟୁ ହୋଇଛି । ୪ ମହଲା ଛାତରୁ ଖସି ମହିଳାଙ୍କର ମୃତ ହୋଇଛି । ମହିଳାଙ୍କ ପରିଚୟ ମିଳିନଥିବାବେଳେ ପାରାଦ୍ୱୀପ ଆଦର୍ଶ ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରି ଛାନଭିନ୍ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ଗତ ସୋମବାର ସକାଳୁ ପାରାଦୀପ ତାରିଣୀଗଡାରେ ରହିଥିବା ଶମ୍ଭୁ ଖୁଣ୍ଟିଆଙ୍କ ଖୁଣ୍ଟିଆ ନିବାସ ଗ୍ରିଲ୍ ପାଖରେ ଜଣେ ମହିଳାଙ୍କ ମୃତ ଦେହ ପଡ଼ିଥିବା ଦେଖି ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେଇଥିଲେ । ମହିଳା ଜଣକ ଉଲଗ୍ନ ଅବସ୍ଥାରେ ତଳେ ମୁହଁ ମାଡ଼ି ପଡ଼ିଥିବାବେଳେ ଏକ ପୋଷାକ କୋଠାର ଅଧାରେ ଝୁଲି ରହିଥିଲା ।
ଯୁବତୀ ଜଣକ ତିର୍ତ୍ତୋଲ୍ ଅଞ୍ଚଳର ଅଟନ୍ତି । ମୃତ୍ୟୁର ପୂର୍ବ ଦିନ ଅର୍ଥାତ୍ ଗତ ରବିବାର ଦିନ ଯୁବତୀ ଜଣଙ୍କ ଘରୁ ଶାରଳା ମନ୍ଦିର ଯିବାକୁ କହି ବାହାରି ଆସିଥିଲେ । ସେହିଦିନ ମଧ୍ୟାହ୍ନ ସମୟରେ ଏକ ଅଜଣା ନମ୍ବରରୁ ଯୁବତୀଙ୍କ ଭାଇଙ୍କ ପାଖକୁ ଫୋନ୍ ଆସିଥିଲା ଯେ ତୁମ ଭଉଣୀ ରାହାମା ପାଖରେ ଅଛି ତାକୁ ନେଇଯାଅ । ଏହା ପରେ ଉକ୍ତ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା । ପରିବାର ଲୋକେ ଯୁବତୀଙ୍କୁ ଖୋଜାଖୋଜି କରି ନପାଇବା ପରେ ତିର୍ତ୍ତୋଲ୍ ଥାନାରେ ନିଖୋଜ ଅଭିଯୋଗ କରିଥିଲେ ।
ତାଙ୍କ ଜେଜେବାପା ପୂର୍ବଦିନ ନାତୁଣୀକୁ ଫୋନରେ କାହା ସହ କଥା ହେବାର ଶୁଣିଥିଲେ । ସେ ଉକ୍ତ ବ୍ୟକ୍ତିଙ୍କୁ ଶାରଳା ମନ୍ଦିର ଆସିବାକୁ କହୁଥିଲେ । ତେବେ ସେ କାହା ସହ କଥା ହେଉଥିଲେ ତାହା ସ୍ପଷ୍ଟ ହୋଇ ନାହିଁ ।