ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ପଟିଆ ଅଞ୍ଚଳର ଶୁଭମ ଆପାର୍ଟମେଣ୍ଟ ନିକଟରେ ରଖାଯାଇଥିବା ଏକ ଅଟୋ ଭିତରୁ ଜଣେ ନବଜାତ ଶିଶୁପୁତ୍ରଙ୍କୁ ଉଦ୍ଧାର କରାଯାଇଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନା ଅନୁସାରେ, ଅଟୋ ଭିତରୁ ଶିଶୁଟିର କାନ୍ଦ ଶବ୍ଦ ଶୁଣି ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ଏହାପରେ ସେମାନେ ତୁରନ୍ତ କମିଶନରେଟ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଟୋ ଭିତରୁ ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ଶିଶୁପୁତ୍ରକୁ ଚାଇଲଡ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରାଯାଇଛି ଓ ଶିଶୁଟିର ସ୍ୱାସ୍ଥ୍ୟ ସ୍ଥିତି ସ୍ଥିର ଥିବା ସୂଚନା ମିଳିଛି। ତେବେ କିଏ ଏହି ନବଜାତ ଶିଶୁକୁ ଅଟୋ ଭିତରେ ଛାଡ଼ି ଚାଲିଗଲା ତାହା ଏପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି।
ଘଟଣାକୁ ଗୁରୁତ୍ୱର ସହ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ଓ ଚାରିପାଖର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ଏହି ଘଟଣା ପୁଣିଥରେ ସମାଜରେ ନବଜାତ ଶିଶୁଙ୍କ ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକମାନେ ଏପରି ଅମାନବୀୟ କାର୍ଯ୍ୟର କଡ଼ା ନିନ୍ଦା କରିଛନ୍ତି। ଏହି ଘଟଣା ପୁଣିଥରେ ସମାଜରେ ନବଜାତ ଶିଶୁଙ୍କ ସୁରକ୍ଷାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକମାନେ ଏପରି ଅମାନବୀୟ କାର୍ଯ୍ୟର କଡ଼ା ନିନ୍ଦା କରିଛନ୍ତି।
ପୁଲିସ ଶିଶୁଟିକୁ ଉଦ୍ଧାର କରି କୋଳଥୁଆସ୍ଥିତ ଏକ ଶିଶୁ ସେବା ସଦନରେ ରଖିଛି। ଶିଶୁଟିର ବୟସ ୧ରୁ ୨ ମାସ ଭିତରେ ହେବ। ପୁଲିସ ଅଟୋ ଚାଳକଙ୍କୁ ଅଟକ ରଖ୍ ପଚରାଉଚରା କରୁଛି। ଶିଶୁଟିକୁ କିଏ ଆଣି ଅଟେରେ ଥୋଇଲା ଚନ୍ଦ୍ରଶେଖରପୁର ଥାନା ପୁଲିସ ସିସିଟିଭି ଯାଞ୍ଚ କରି ତଦନ୍ତ କରୁଛି।
ଉଦ୍ଧାର ଶିଶୁ ନିକଟରୁ ପୁଲିସ ଏକ ଚିଠି ପାଇଛି। ଶିଶୁଟିକୁ ଯିଏ ନେବ ତାର ଯତ୍ନ ନେବାକୁ ଅନୁରୋଧ ପରେ କରାଯାଇଛି। ଏହି ଘଟଣା ପ୍ରଘଟ ହେବା ପରେ ଚନ୍ଦ୍ରଶେଖରପୁର ଥାନାରେ ଏକାଧିକ ଲୋକ ପହଞ୍ଚି ଶିଶୁଟିକୁ ନେବାକୁ ଅଡ଼ି ବସିଛନ୍ତି।
ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ଏକ ସମାନ ଘଟଣା ସାମ୍ନାକୁ ଆସିଥିଲା। ସୁବର୍ଣ୍ଣପୁର ଜିଲ୍ଲାର ତରଭା ଥାନା ଅନ୍ତର୍ଗତ ଏକ ଗ୍ରାମରୁ ୧୦ ଦିନର ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଥିଲା। ସେତେବେଳେ ଶିଶୁପୁତ୍ରଟିକୁ ବାପା ମା ବିକି ଦେଇଥିବା ଅଭିଯୋଗ ହୋଇଥିଲା। ଏହି ପୁନରାବୃତ୍ତି ଘଟଣା ସମାଜରେ ଶିଶୁ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଉଠାଇଛି।