କଟକ: କାର୍ଯ୍ୟରତ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ମାମଲାରେ ନର୍ଲା ବିଧାୟିକାଙ୍କ ସ୍ୱାମୀ ଦୁର୍ଗା ପ୍ରସାଦ ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଦୁର୍ଗ ପ୍ରସାଦ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ସୂଚନା ମିଳିଛି ।
ଉଲ୍ଲେଖ ଯୋଗ୍ୟ, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ସ୍ଥାନୀୟ ତହସିଲଦାର ବିଭୁ ପ୍ରସାଦଙ୍କୁ ଫୋନ୍ ମାଧ୍ୟମରେ ହତ୍ୟା ଧମକ ଦେଇଥିଲେ । ଗତ ମାର୍ଚ୍ଚ ୧୫ ତାରିଖରେ ଏନେଇ ତହସିଲଦାର କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେବେଠାରୁ ଦୁର୍ଗା ପ୍ରସାଦ ଥାନାରେ ହାଜର ନ ହୋଇ ପୋଲିସ ସହିତ ଛକାପଞ୍ଝା ଖେଳୁଛନ୍ତି । ଗତ ଶନିବାର ସେ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଥିଲେ । ମାତ୍ର ପୋଲିସକୁ ଦେଖି ଫେରାର ହୋଇଯାଇଥିଲା । ସେବେଠାରୁ ପୋଲିସ ତାଙ୍କୁ ଖୋଜୁଛି । ଗତକାଲି କଳାହାଣ୍ଡି ପୋଲିସ ନର୍ଲା ଜେଏମଏଫସି କୋର୍ଟରେ ଗିରଫ ପରୱାନା ଜାରି କରିବାକୁ ଆବେଦନ କରିଛି ।