ଆସିଛି ନୂଆବର୍ଷ । ଉଇଁଛି ନୂଆ ବର୍ଷର ନୂଆ ସୂରୁଜ । ସିନ୍ଦୁରା ଫାଟି ପୃଥିବୀକୁ ସଜେଇ ଦେଇଛି ନୂଆ ସକାଳର ସୁନେଲିସୂର୍ଯ୍ୟ । ବର୍ଷ ୨୦୨୪କୁ ବିଦାୟ ଦେଇ ନୂଆ ଉତ୍ସାହ ଓ ନୂଆ ସମ୍ଭାବନା ସହ ପାଦ ଥାପିଛି ବର୍ଷ ୨୦୨୫ ।
ନବବର୍ଷକୁ ନେଇ ସବୁଠି ଆନନ୍ଦ ଓ ଉତ୍ସାହର ମାହୋଲ । ସେପଟେ ନୂଆବର୍ଷର ପ୍ରଥମ ସୂର୍ଯ୍ୟୋଦୟ ଦେଖିବାକୁ ଚନ୍ଦ୍ରଭାଗା ମୁହାଣରେ ପ୍ରବଳ ଭିଡ ଲାଗି ରହିଥିଲା । ଏହାସହ ନୂଆ ବର୍ଷର ପ୍ରଥମ ଦିନରେ ଉଦିତସୂର୍ଯ୍ୟର ପହିଲି କିରଣକୁ ଲୋକମାନେ ମନଭରି ଉପଭୋଗ କରିଛନ୍ତି । ସକାଳୁ ସକାଳୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଉଦୀତ ସୂର୍ଯ୍ୟଙ୍କୁ ଦର୍ଶନ କରିଛନ୍ତି। ଖାଲି ସେତିକି ନୁହେଁ କେହି କେହି ଶ୍ରଦ୍ଧାଳୁ ଦୀପ ଜାଳି ମହାପ୍ରଭୁ ସୂର୍ଯ୍ୟନାରାୟଣଙ୍କୁ ବନ୍ଦନା କରିଛନ୍ତି ଏବଂ ଦେଶର ବିଭିନ୍ନ ସ୍ଥାନରେ ନୂଆବର୍ଷର ପ୍ରଥମ ସୂର୍ଯ୍ୟୋଦୟର ଦୃଶ୍ୟକୁ କ୍ୟାମେରାରେ ତୋଳି ଧରିଛନ୍ତି । ତେବେ ସମସ୍ତଙ୍କ ମନରେ ଗୋଟିଏ ଭାବନା ନୂଆବର୍ଷ ସମସ୍ତଙ୍କ ପାଇଁ ସୁଖ , ଶାନ୍ତି ଓ ସମୃଦ୍ଧି ଆଣିଦେଉ । ଏହା ହିଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାଥନା ।