ଭୁୁବନେଶ୍ୱର: ଜାନୁଆରୀ ୬ରେ ବିଜେଡିର ଆନ୍ଦୋଳନ ନିଷ୍ପତ୍ତିକୁ ସମାଲୋଚନା କରିଛି ବିଜେପି । ଏହା ବିଜେଡିର ଦରବୃଦ୍ଧି ନାଟକ ବୋଲି କହିଛନ୍ତି ମୁଖପାତ୍ର ଅନୀଲ ବିଶ୍ୱାଳ । ଚାଷୀ କାନ୍ଦ ନାଟକ ଧରା ପଡିବା ପରେ ଏବେ ବିଜେଡି ଏବେ ଦରବୃଦ୍ଧି ନାଟକ କରୁଛି । ବିଜେଡି ନାଁ ବିଜୁ ଯାତ୍ରା ଦଳ ହେବା ଦରକାର । ନବୀନ ମୁଖ୍ୟମନ୍ତ୍ରୀ ଥିବା ବେଳେ ଓଡିଶାର ଦରଦାମ ବୃଦ୍ଧି ହାର ଦେଶରେ ଏକ ନମ୍ବର ଥିଲା । ବିଜେଡି କହୁ- ଆଳୁ, ପିଆଜ ପାଇଁ ଓଡିଶା କାହିଁକି ଅନ୍ୟ ଉପରେ ନିର୍ଭର ।
ସେ କହିଛନ୍ତି ବିଜେଡି ଦୀର୍ଘ ୨୪ ବର୍ଷ ଶାସନ କରିବା ପରେ ବି ରାଜ୍ୟ କାହିଁକି ଆଳୁ ଓ ପିଆଜ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କାହିଁକି । ତାଙ୍କ ଅମଳ ସମୟରେ ରାଜ୍ୟରେ ଦରବୃଦ୍ଧି ଅହେତୁକ ବଢିଥିଲା । ନବୀନ ମୁଖ୍ୟମନ୍ତ୍ରୀ ଥିବା ବେଳେ ଓଡିଶାର ଦରଦାମ ବୃଦ୍ଧି ହାର ଦେଶରେ ଏକ ନମ୍ବର ଥିଲା । ତେଣୁ ଏବେ ବିଜେଡି ଦରବୃଦ୍ଧିକୁ ନେଇ ନାଟକ କରୁଛି । କିଛି ପ୍ରସଙ୍ଗ ନ ଥିବାରୁ ଏହାକୁ ଆଳ କରି ରାଜନୀତି କରୁଛି ବିଜେଡି ।
ସୂଚନାଯୋଗ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ହୋଇଥିବା କ୍ଷୟକ୍ଷତି ଦେଖିବା ପାଇଁ ଗ୍ରାଉଣ୍ଡକୁ ଯାଇଥିଲେ । ଏହି ସମୟରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଭିଡ ଦେଖି ସତେ ଲାଗୁଥିଲା ନବୀନଙ୍କ ଜନାଧାର ରହିଛି । ପରେ କିନ୍ତୁ ଅଭିଯୋଗ ହୋଇଥିଲା ଯେ, ଚାଷୀମାନଙ୍କୁ ପ୍ରଲୋଭନ ଦେଖାଇ ଅଣା ଯାଇଥିଲା । ଏପରିକି ଜଣେ ଚାଷୀ କେମିତି ନାଟକ କରୁଛି ତାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ।