ଭୁବନେଶ୍ୱର: ଆଦିବାସୀ ମେଳାର ଉଦଘାଟନୀ ସମାରୋହରେ ଯୋଗ ଦେଇ ନବୀନଙ୍କୁ ଟାଗେର୍ଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି, ଆଦିବାସୀ ମାନେ ନବୀନଙ୍କୁ ଉଚିତ୍ ଜବାବ ଦେଇଛନ୍ତି । ଆମ ସରକାରରେ ଆଦିବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦିଆଯିବ ନାହିଁ । ଆଦିବାସୀଙ୍କୁ ଛାଡି ରାଜ୍ୟରେ ବିକାଶ ହୋଇପାରିବ ନାହିଁ ।
ଗତ ସରକାରରେ ଆଦିବାସୀଙ୍କ ଜମି ପାଇଁ କୁତ୍ସିତ ପରମ୍ପରା ଆରମ୍ଭ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ବିକାଶ କଥା ଚିନ୍ତା କରୁ ନ ଥିଲେ । ଗତ ୧୫ ବର୍ଷ ଧରି TAC ମିଟିଂ ହୋଇ ନ ଥିଲା, କେବଳ କାମଚଳା ମିଟିଂ ହେଉଥିଲା, ତେଣୁ କାହାର କହିବାର କ୍ଷମତା ନ ଥିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ସେହିପରି ଗତକାଲି ସନ୍ଧ୍ୟାରେ ବି ଯାଜପୁରରେ ବିଜେଡ଼ିକୁ ଟାଗେର୍ଟ କରି ବର୍ଷିଥିଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲାରେ ହେଉଥିବା ଧର୍ମଶାଳା ମହୋତ୍ସବରେ ଯୋଗଦେଇ ଏଠାରେରାଜନୈତିକ ରାବଣଙ୍କର ଅନ୍ତ ଘଟିଥିବା କହି ସମାଲୋଚନା କରିଥିଲା । ମୁଖ୍ୟମନ୍ତ୍ରୀ କହିଥିଲେ, କିଛି ତଥାକଥିତ ନେତାଙ୍କର ଭ୍ରାନ୍ତ ଧାରଣା ଥିଲା ସେମାନେ ଏ ଜିଲ୍ଲାରେ ଅପରାଜେୟ । ମାତ୍ର ସେ ଗର୍ବ ଓ ଅହଂକାରକୁ ଯାଜପୁରବାସୀ ଚୂରମାର କରି ଦେଇଛନ୍ତି । ସେହିପରି ଯାଜପୁର ଜିଲ୍ଲାରେ ପରିବାରବାଦର ଅନ୍ତ ଘଟିଛି । ଏ ମାନସିକତାରେ ପରମାନେଣ୍ଟଲି ଦ ଏଣ୍ଡ୍ ହୋଇସାରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।