ଭୁୁବନେଶ୍ୱର:୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ପ୍ରସ୍ତୁତି ପାଇଁ ସାଧାରଣ ଲୋକଙ୍କଠୁ ଆରମ୍ଭ ମତାମତ ଲୋଡିଲେ ରାଜ୍ୟ ସରକାର । ଚଳିତମାସ ୩୧ତାରିଖ ପର୍ଯ୍ୟନ୍ତ ଏହି ମତାମତ ପଠାଇ ରାଜ୍ୟ ସରକାରଙ୍କ ବଜେଟ୍ ପ୍ରସ୍ତୁତି କାର୍ଯ୍ୟକ୍ରମରେ ସକ୍ରିୟ ଯୋଗଦାନ କରିବାକୁ ବିଭାଗ ଅନୁରୋଧ କରିଛି । ୱେବ, ଇ-ମେଲ୍, ହ୍ୱାଟ୍ସଆପ୍ ଓ ଏସଏମଏସ ଜରିଆରେ ମତ ଦେଇ ପାରିବେ । ୨୦୨୫-୨୬ ଆର୍ଥିକ ବର୍ଷର ରାଜ୍ୟ ବଜେଟ୍ ଆସନ୍ତା ଫେବୃଆରୀ ଶେଷ ସପ୍ତାହରେ ଉପସ୍ଥାପନ ହେବ ବୋଲି ଜଣାପଡ଼ିଛି ।
ଅର୍ଥ ବିଭାଗ ଅନୁଯାୟୀ, ୨୦୨୫-୨୬ ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତ ପାଇଁ ଅର୍ଥ ବିଭାଗ ଜନସାଧାରଣଙ୍କଠୁ ପରାମର୍ଶ ଆହ୍ୱାନ କରିଛନ୍ତି । ଯାହାକି ବଜେଟ୍ ଓଡ଼ିଶା ୱେବପୋର୍ଟାଲରେ ଉପଲବ୍ଧ । ଏଥିରେ ସର୍ବାଧିକ ୫୦୦ଶବ୍ଦରେ ରାଜସ୍ୱ, ବ୍ୟୟ ଓ ଅନ୍ୟାନ୍ୟ ଭଳି ୩ଟି ବର୍ଗରେ ନିଜର ମତାମତ ଦେଇ ପାରିବେ। ଜନସାଧାରଣ, ନାଗରିକ ସମାଜ, ବିଭିନ୍ନ ସଂଘ ଓ ଅନ୍ୟାନ୍ୟ ହିତାଧିକାରୀମାନେ ନିଜର ପରାମର୍ଶଗୁଡ଼ିକୁ ଇ-ମେଲ୍ ଦ୍ୱାରା କ୍ଟୟସଗ୍ଦଷବ.ଭଙ୍କୟଶରଗ୍ଧଅଶକ୍ଟଙ୍ଖ.ସଦ୍ଭ ଠିକଣାରେ ପଠାଇପାରିବେ ।
ସେହିପରି ବଜେଟ୍ ସମ୍ବନ୍ଧୀୟ ମତାମତକୁ ହ୍ୱାଟସଅପ୍ ନମ୍ବର-୯୪୩୮୧୬୧୧୧୧ ଓ ଅର୍ଥ ବିଭାଗର ସୋସିଆଲ ମିଡିଆ ଆକାଉଣ୍ଟ(ଏକ୍ସ,ଫେସବୁକ, ଇନଷ୍ଟାଗ୍ରାମ) ଦ୍ୱାରା ମଧ୍ୟ ପଠାଇପାରିବେ । ୨୦୨୪-୨୫ ଆର୍ଥିକବର୍ଷରେ ରାଜ୍ୟର ମୋହନ ମାଝୀ ସରକାର ୨.୬୫ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଥିଲେ ।