ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୁର୍ଣ ବୈଠକ ବସିଥିଲା। ଏଥିରେ ୯ ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ବୈଠକ ଶେଷ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏନେଇ ସୂଚନା ଦେଇଛନ୍ତି।
ସୁଭଦ୍ରା ଆବେଦନକୁ ନେଇ ରାଜ୍ୟ କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି ନିଆଯାଇଛି। ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା 'ସୁଭଦ୍ରା' ଆବେଦନ କରିଥିଲେ ୨ଟି କିସ୍ତି ମିଳିବ। ସେହିପରି ମାର୍ଚ୍ଚ ସୁଦ୍ଧା ଆବେଦନ କରିଥିଲେ ଏକକାଳୀନ ୨ଟି କିସ୍ତି ପାଇବେ।
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାକୁ ୫ ବର୍ଷ ପାଇଁ ଅନୁମୋଦନ ମିଳିଛି । ୫ ବର୍ଷରେ ଖର୍ଚ୍ଚ ହେବ ୭୫୦ କୋଟି ଟଙ୍କା ।
ଶକ୍ତି ବିଭାଗ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ପାଇଁ ରାଜ୍ୟ ସରକାର ୨୫ ହଜାର ଟଙ୍କା ସବସିଡି ଦେବେ । ୧ କିଲୋୱାଟ୍ ସୋଲାର ଲାଗି ରାଜ୍ୟ ଦେବ ଅତିରିକ୍ତ ୨୫ ହଜାର ଏବଂ କେନ୍ଦ୍ରର ୩୦ ହଜାର ସବସିଡ୍ ବାଦ୍ ରାଜ୍ୟ ସରକାର ୨୫ ହଜାର ଦେବେ । ସେହିପରି ୩ କିଲୋୱାଟ୍ ସୋଲାର ଲଗାଇଲେ ରାଜ୍ୟ ଦେବ ମୋଟ ୫୮ ହଜାର।
ଦିବ୍ୟାଙ୍ଗ ଯେଉଁମାନେ ୮୦ ପ୍ରତିଶତରୁ ଅଧିକ ଓ ୮୦ ବର୍ଷରୁ ଅଧିକ ବ୍ୟକ୍ତି ୩୫୦୦ ଟଙ୍କା ଭତ୍ତା ପାଇବେ ।