ଭୁବନେଶ୍ୱର: ଆସନ୍ତା ସୋମବାର ଜାନୁଆରୀ ୨୬ରେ ନନ୍ଦନକାନନ ଚିଡ଼ିଆଖାନା ଖୋଲା ରହିବ। ସାଧାରଣତନ୍ତ୍ର ଦିବସ ଅବସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ବଟାନିକାଲ ଗାର୍ଡେନ ମଧ୍ୟ ଖୋଲା ରହିବ ବୋଲି ଚିଡ଼ିଆଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୋମବାର ପରିବର୍ତ୍ତେ ଆସନ୍ତା ସପ୍ତାହରେ ମଙ୍ଗଳବାର ଦିନ ଏହା ବନ୍ଦ ରହିବ।
ପ୍ରତି ସୋମବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥାଏ। ହେଲେ ଆସନ୍ତା ସୋମବାର ସାଧାରଣତନ୍ତ୍ର ଦିବସ ପଡୁଥିବାରୁ ଏହା ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ।
ଅଧିକ ପଢନ୍ତୁ: ବଢ଼ିଲା ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା; ଏଣିକି ୧,୮୦୦ ଟଙ୍କା ବଦଳରେ ପାଇବେ ୨,୫୦୦ ଟଙ୍କା