ଭୁବନେଶ୍ୱର: ବିଜୁ ଜନତା ଦଳ ଏବଂ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ଅନ୍ତ ଘଟୁ ନାହିଁ । ସୁପ୍ରିମୋ ନବୀନ ପଟ୍ଟନାୟକ ମୁହଁ ଖୋଲିବା ପରେ ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି ଅରବିନ୍ଦ । ଅଭିଯୋଗର କୌଣସି ତାଳମେଳ ନାହିଁ । ଖୋଲାଖୋଲା ଆଲୋଚନା କରିବାକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଅରବିନ୍ଦ ।
ବିଧାୟକ ମହାପାତ୍ରଙ୍କ ଉପରେ ଲାଗିଥିବା ଦଳ ବିରୋଧୀ, ଦୁର୍ନୀତି, ବିଶ୍ୱାସଘାତକତା, ମିଡ୍ ଡେ ଅପରେସନ, ସାଂସଦ ପ୍ରାର୍ଥୀଙ୍କୁ ହରାଇବା ଏବଂ ପାଟକୁରା ବାସୀଙ୍କୁ ହଇରାଣ କରିବା ଆଦି ଅଭିଯୋଗର ଗୋଟି ଗୋଟି କରି ଉତ୍ତର ରଖିଛନ୍ତି । ଏହା ଭିତରୁ କେଉଁଟା ଠିକ୍, ନା ତାଲିକା ଆଗକୁ ବଢ଼ିବ ବୋଲି ତାଚ୍ଛଲ୍ୟ କରିଛନ୍ତି । ନବୀନ ବାବୁ କହିଥିବା ପାଟକୁରାବାସୀଙ୍କୁ ହଇରାଣ କରାଯାଉଥିବା ମନ୍ତବ୍ୟକୁ ସେ ଅଗ୍ରାହ୍ୟ କରିଛନ୍ତି । ନବୀନ କାହିଁକି ଡାକିକି କହିଲେନି ବୋଲି ସେ ପ୍ରଶ୍ନ କରିଛନ୍ତି । ନବୀନଙ୍କୁ କିଏ ଏହି ତଥ୍ୟ ଦେଉଛି ? ସମସ୍ତ ଅଭିଯୋଗ ଭିତ୍ତିହୀନ ଅଟେ । କୌଣସି ଅଭିଯୋଗର କାହା ସହ ମେଳ ଖାଉ ନଥିବା ବିଧାୟକ ଶ୍ରୀ ମହାପାତ୍ର କହିଛନ୍ତି ।
ସେହିପରି ଏମଏଲଏ ଲ୍ୟାଡର ଦୁର୍ନୀତି ଅଭିଯୋଗରେ ଉତ୍ତର ରଖି କହିଛନ୍ତି, ବାକି ଥିବା ପୁରୁଣା ଟଙ୍କା ଖର୍ଚ୍ଚ ହୋଇନଥିଲା । ଏମଏଲଏ ଲ୍ୟାଡରେ ପୂର୍ବରୁ 3 କୋଟି ଥିବାବେଳେ ଏବେ 5 କୋଟି ଦିଆଯାଇଛି । ତାହାର ସମସ୍ତ ଖର୍ଚ୍ଚ ହୋଇଛି । ସେହିପରି ବାକି ଥିବା ପୁରୁଣା ଟଙ୍କାର ଖର୍ଚ୍ଚ ହୋଇଛି । ତେଣୁ କେଉଁଠି ଦୁର୍ନୀତି ହୋଇଛି ସାମ୍ନାସାମ୍ନି କ୍ୟାମେରା ଆଗରେ ବସି ଖୋଲାଖୋଲି ଆଲୋଚନା କରିବାକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ନବୀନ ବାବୁଙ୍କୁ ଦେଖା କରିବାକୁ ଚେଷ୍ଟା କରିଥିଲି । କିନ୍ତୁ ନବୀନ ବାବୁ ଆସି କହିବା ପରେ ଅରବିନ୍ଦଙ୍କ ଦେଖା କରିବା ଆଶା ମଉଳି ଯାଇଥିବା ସେ ଅନୁଭବ କରିଛନ୍ତି ।
ସେହିପରି ବିଜେଡ଼ି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କୁ ହରାଇ ଦେବା ଅଭିଯୋଗର ମଧ୍ୟ ଜବାବ ରଖିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାରେ 5ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି ଏବଂ ଆଉ ଦୁଇଟି ମାହାଙ୍ଗା ଓ ସାଲେପୁର ରହିଛି । ପ୍ରାର୍ଥୀ ସାତଟି ନିର୍ବାଚନ ମଣ୍ଡଳୀରୁ କେବଳ ତାଙ୍କ କ୍ଷେତ୍ର ରାଜନଗରରେ ଆଗରେ ରହିଲେ କିନ୍ତୁ ଅନ୍ୟ ସ୍ଥାନରେ ମାଇନସରେ ରହିଲେ । ସବୁଠାରୁ ଅଧିକ ମାଇନସ୍ ଭୋଟିଂ ମହାକାଳପଡ଼ାରେ ହୋଇଛି । ସେଠି କିଏ ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି । ସେହିପରି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ତାଙ୍କର ପିଲା ବେଳର ସାଙ୍ଗ । ଶେଷରେ ବିଧାୟକ ହୋଇ ଦାୟିତ୍ୱ ତୁଲାଇବି । ବିଧାୟକ ଥିଲି ବିଧାୟକ ରହିବେ ବୋଲି କହିଛନ୍ତି ଅରବିନ୍ଦ ।
ସେହିପରି ବାପା ବିଜୟ ମହାପାତ୍ର ରାଜ୍ୟସଭା ଯିବା ପ୍ରସଙ୍ଗକୁ ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି । ବିଜୟ ମହାପାତ୍ର କେବେ ରାଜ୍ୟସଭାକୁ ଯିବାକୁ ଚାହାଁନ୍ତି ନାହିଁ । ତାଙ୍କ ସହିତ ଏ ବାବଦରେ ମଧ୍ୟ ଆଲୋଚନା ହୋଇ ନଥିବା କହିଛନ୍ତି ଅରବିନ୍ଦ ।