ଭୁବନେଶ୍ୱର: ସାଧାରଣ ଦିବସ ଉପଲକ୍ଷେ ଯାତ୍ରୀଙ୍କ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି । ଆଗକୁ ତିନି ଦିନିଆ ସାପ୍ତାହିକ ଛୁଟି ପଡୁଛି । ଶନିବାର, ରବିବାର ଏବଂ ସୋମବାର ଲମ୍ବା ଛୁଟି ରହୁଛି । ତେଣୁ ଏହି ସମୟରେ ବିମାନ ବନ୍ଦରରେ ଯାତ୍ରୀଙ୍କ ଭିଡ଼ ମଧ୍ୟ ରହିବ । ବିମାନବନ୍ଦରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଁଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗୁଆ ପହଁଚି ଚେକ୍-ଇନ୍ ପାଇଁ ପର୍ଯ୍ୟାପ୍ତ ସମୟ ଦେବା ସହିତ ସୁରକ୍ଷାକର୍ମୀଙ୍କୁ ସହଯୋଗ କରିବାକୁ ନିର୍ଦ୍ଦେଶାବଳୀରେ କୁହାଯାଇଛି ।