କନ୍ଧମାଳ: ଦେଶକୁ ନକ୍ସଲ ଏବଂ ମାଓବାଦୀ ମୁକ୍ତ କରିବା ପାଇଁ ଡେଡ଼ଲାଇନ ସମୟ ଯେତେ ପାଖେଇ ଆସୁଛି, ପୁଲିସ ଏବଂ ସୁରକ୍ଷା ବାହିନୀଙ୍କ କୁମ୍ବିଂ ଅପେରସନ ମଧ୍ୟ ସେତିକି ତୀବ୍ର ହେବାରେ ଲାଗିଛି। ସେହିଭଳି କନ୍ଧମାଳ ଜିଲ୍ଲାରେ ମଧ୍ୟ ଜିଲ୍ଲା ପୁଲିସ ଏବଂ କେନ୍ଦ୍ରୀୟ ସୁରକ୍ଷାବାହିନୀ ସିଆରପିଏଫ୍,ବିଏସଏଫ୍ ମଳିତ ଭାବେ ଜିଲ୍ଲାର ବିଭିନ୍ନ ନକ୍ସଲ ଏବଂ ମାଓବାଦୀ ପ୍ରବଣ ଅଞ୍ଚଳରେ କୁମ୍ବିଂ ଅପେରସନକୁ ତୀବ୍ର କରାଯାଇଛି। କନ୍ଧମାଳର ଗଙ୍ଗେରୀ ଜଙ୍ଗଲରେ ମାଓ ଅପରେସନ୍ ବେଳେ ଯବାନଙ୍କୁ ମିଳିଛି ସଫଳତା।
ଆଜି ସିଆର୍ପିଏଫ୍ ଓ ଡିଭିଏଫ୍ ଯବାନ ମିଳିତ ଭାବେ ଅପରେସନ୍ କରିବା ବେଳେ ମାଓ କ୍ୟାମ୍ପ ଠାବ କରିବା ସହ ସେଠାରୁ ବନ୍ଧୁକ, ଗୁଳି, ୱାକିଟକି, ମାଗାଜିନ୍, ମାଓପୋଷାକ ସମେତ ବହୁ ସାମଗ୍ରୀ ଜବତ କରିଛନ୍ତି। ଯବାନ୍ଙ୍କ ଅପରେସନ୍କୁ ଦେଖି ମାଓବାଦୀ କ୍ୟାମ୍ପ ଛାଡ଼ି ଚମ୍ପଟ ମାରିଥିବା ସୂଚନା ମିଳିଛି। ମାଓ ସାମଗ୍ରୀ ମଧ୍ୟରେ ୧୩ ଟି ବନ୍ଧୁକ, ବହୁ ୱାକିଟକି, ସୋଲାର ପାନେଲ, ବିଦ୍ୟୁତ ତାର, ମେଡ଼ିସିନ ଭଳି ଅନେକ ମାଓବାଦୀ ବ୍ୟବହାର କରୁଥିବା ସାମଗ୍ରୀ ଜବତ ହୋଇଛି। ବହୁ ହାର୍ଡକୋର ମାଓବାଦୀ ଏହି ଜଙ୍ଗଲରେ ଲୁଚି ରହିଥିବା ସନ୍ଦେହରେ ମିଳିତ ଟିମ ଏବେ ମଧ୍ୟ କୁମ୍ବିଂ ଅପେରସନ ଜାରି ରଖିଛନ୍ତି।
ଅଧିକ ପଢନ୍ତୁ: ଓଡ଼ିଶା-ଝାଡଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର, ଟଳିଲେ ୨ ମାଓବାଦୀ