ଜଟଣୀ: ପୁଣି ଥରେ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଗଡ଼ିଛି ମୁଣ୍ଡ । ଜଟଣୀ ଥାନା ଅଧିନସ୍ଥ ଖୁଦୁପୁର ଆଇଆଇଟି ରୋଡରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ହାଣିକି ଫିଙ୍ଗି ଦେଇଛନ୍ତି । ମୃତ ଯୁବକ ଜଣକ ହେଲେ ସେହି ଗ୍ରାମର ମାର୍କଣ୍ଡ ବଳିୟାରସିଂହ, ଡାକ ନାମ ଜଗା ।
ପ୍ରାଥମିକ ସୂଚନା ମୁତାବକ, ଶୁକ୍ରବାର ରାତି ପ୍ରାୟ ୧୧ଟା ସମୟରେ ଖୁଦୁପୁର ଛକରେ ନିକଟରେ ଜଗା ଛିଡ଼ା ହୋଇଥିବା ବେଳେ ଦୁର୍ବୃତ୍ତ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଜଗା ଘଟଣା ସ୍ଥଳରୁ ପ୍ରାଣ ବଞ୍ଚାଇ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ଛୁରୀରେ ଆକ୍ରମଣ କରିଥିଲେ । ତାଙ୍କ ପେଟ ଓ ଛାତିରେ ଗଭୀର ଆଘାତ ଲାଗିଛି । ଜଗାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ।
ଖବର ପାଇ ଜଟଣୀ ପୋଲିସ ଘଟଣାସ୍ଥଳରେ ପହଁଚି ଜଗାଙ୍କ ମୃତ ଦେହକୁ ଜବତ କରିଛି । ସକାଳୁ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ଛାନଭିନ କରୁଛନ୍ତି । ସ୍ଥାନୀୟ ବାସିନ୍ଦା ସେଠାରେ ପହଁଚିବା ପରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ପୋଲିସ ୩ ଜଣ ସନ୍ଦିଗ୍ଧଙ୍କୁ ଅଟକ ପଚରାଉଚରା କରୁଛି । ଖୁବଶୀଘ୍ର ଅଭିଯୁକ୍ତମାନେ ଧରାପଡ଼ିବେ ବୋଲି ପୋଲିସ ସୂତ୍ରରୁ ଖବର ମିଳିଛି ।