ବାଲେଶ୍ୱର: ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ୩ ଓଡ଼ିଆଙ୍କ ସହ ୧୫ ଜଣ ନିଖୋଜ ମତ୍ସ୍ୟଜୀବୀଙ୍କ ସନ୍ଧାନ ମିଳିଛି । ପଶ୍ଚିମବଙ୍ଗ କାକଦ୍ୱୀପର ଠାରୁ ୨ କିଲୋମିଟର ଦୂରରେ ସେମାନଙ୍କ ଠାବ କରାଯାଇଛି । ପଶ୍ଚିମବଙ୍ଗ ଶଙ୍କରପୁର ମତ୍ସ୍ୟ କମିଟି ସଭାପତି ସୂଚନା ଦେଇଛନ୍ତି ।
ଇଲିସି ମାଛ ଧରିବାକୁ ଜୁଲାଇ ୨ ତାରିଖରେ ପଶ୍ଚିମବଙ୍ଗର ଶଙ୍କରପୁର ବେଳାଭୂମିରୁ "ମାଆ କାଳୀ" ନାମକ ଟ୍ରଲରରେ ୧୫ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ଭିତରକୁ ମାଛ ମାରିବାକୁ ଯାଇଥିଲେ । ସେଥିରେ ଭୋଗରାଇ ବ୍ଲକ ଉଲୁଡ଼ା ଗ୍ରାମର ତିନି ଜଣ ଭାଇ ଜୟରାମ ମାଝୀ, ରବୀନ୍ଦ୍ର ମାଝୀ ଓ ଜଗନ୍ନାଥ ମାଝୀ ମଧ୍ୟ ଥିଲେ । କିନ୍ତୁ ଟ୍ରଲରଟି ନିର୍ଦ୍ଧାରିତ ସମୟରେ ଆଉ ଫେରିବା ପରେ ଅନେକ ଆଶା ଆଶଙ୍କା ଦେଖା ଦେଇଥିଲା । ତୁରନ୍ତ ସେମାନଙ୍କୁ ଖୋଜିବାକୁ ପରିବାର ଲୋକଙ୍କ ସହ ଶଙ୍କରପୁର ମତ୍ସ୍ୟଜୀବୀ ସଂଘର ସମ୍ପାଦକ ସ୍ୱଦେଶ ନାୟକ ନିଖୋଜ ପ୍ରଶାସନକୁ ନୌସେନାର ହେଲିକପ୍ଟର ସହାୟତା ନେବାକୁ ଅନୁରୋଧ କରିଥିଲେ ।
ସମସ୍ତଙ୍କୁ କାକଦ୍ୱୀପ ନିକଟରେ ଠାବ କରାଯାଇଛି । ଖୁବ ଶୀଘ୍ର ସେମାନଙ୍କୁ କୂଳକୁ ଅଣାଯିବ ବୋଲି ମତ୍ସ୍ୟଦୀବୀ ସଂଘ ସଭାପତି ସୂଚନା ଦେଇଛନ୍ତି । ତେବେ ସେମାନେ କେମିତି ନିଖୋଜ ଥିଲେ ସେ ନେଇ କୌଣସି ତଥ୍ୟ ମିଳିପାରିନାହିଁ ।