ଭୁବନେଶ୍ୱର: ରାଜ୍ୟ ସରକାର ଗ୍ରାମ ରୋଜଗାର ସେବକଙ୍କ ତଥ୍ୟ ମାଗିଛନ୍ତି । ଯେଉଁ ଗ୍ରାମ ରୋଜଗାର ସେବକ ୫ ବର୍ଷ ଚାକିରୀ ପୂରଣ କରିସାରିଥିବେ ସେମାନଙ୍କ ତଥ୍ୟ ଦାଖଲ କରିବାକୁ ଓଏସ୍ଏସ୍ ନମିତା ସାହୁ ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଆକାଉଣ୍ଟାଣ୍ଟ-କମ୍-ଡାଟା ଏଣ୍ଟ୍ରି ଅପରେଟର (ADEO) ପଦବୀରେ ଯୋଗ୍ୟ ଜିଆରଏସମାନଙ୍କର ସମ୍ପର୍କିତ ପ୍ରସ୍ତାବଗୁଡ଼ିକର ଯାଞ୍ଚ ସମୟରେ, ସରକାର ଜିଆରଏସଙ୍କ ଜିଲ୍ଲାୱାରୀ ତଥ୍ୟ ମାଗିଥିଲେ । ନୀତିଗତ ବିଷୟଗୁଡ଼ିକର ପରୀକ୍ଷା ଏବଂ ବିଭିନ୍ନ କର୍ତ୍ତୃପକ୍ଷଙ୍କୁ ସୂଚନା ପ୍ରଦାନ କରିବାକୁ ସମୟ ସମୟରେ ଏହି ସୂଚନାର ଆବଶ୍ୟକ ପଡ଼ିଥାଏ । ଯେଉଁମାନେ ଚିଠି ଜାରି ହୋଇଥିବା ତାରିଖ ସୁଦ୍ଧା ଚାକିରୀରେ ପାଞ୍ଚ ବର୍ଷ ପୂରଣ କରିସାରିଥିବେ ସେହିମାନଙ୍କ ତଥ୍ୟ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ସେମାନଙ୍କ ନାମ, ବାପା/ସ୍ୱାମୀଙ୍କ ନାମ, ଲିଙ୍ଗ ଏବଂ ସାମାଜିକ ବର୍ଗର ତଥ୍ୟ ଦେବାକୁ କୁହାଯାଇଛି ।