ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା କୁପାଗୁଡା ଗାଁରେ ଏକ ଅଘଟଣ ଘଟିଯାଇଛି । ରାତିରେ ଶୋଇଥିବା ସମୟରେ ୨ ଜଣ ଶଳାକୁ ହତ୍ୟା କରିଛି ଭିଣୋଇ ।
ସୂଚନା ଅନୁସାରେ ତିନି ଜଣ ଭାଇ ନିଜ ଭଉଣୀ ଘରକୁ ଏକଦଶାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଇଥିଲେ । ଭଉଣୀ ଘରେ କୈାଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଧୀରେ ଧୀରେ ଘଟଣା ଉଗ୍ରରୂପ ଧାରଣ କଲା । ଏଥିରେ ଉତ୍ୟକ୍ତ ହୋଇ ଭିଣୋଇ ଘେନୁ ହନ୍ତାଳ ତିନି ଭାଇ ଶୋଇଥିବା ସମୟରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଦୁଇ ଭାଇ କୁଞ୍ଜ ଓ ରାଜୁଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଭାଇ ପି.ରାଜୁ ଗୁରୁତର ହୋଇଛନ୍ତି । ତେବେ ପି.ରାଜୁଙ୍କୁ ଗୁରୁତର ଅବସ୍ଥାରେ ଏକ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଏନେଇ ଖବର ପାଇ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।