ଭୁବନେଶ୍ୱର: କଂଗ୍ରେସ ବିରୋଧୀ ଦଳ ନେତା ସାଂସଦ ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି । ଜୁଲାଇ ୯ ତାରିଖ ପରିବର୍ତ୍ତେ ୧୧ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀଙ୍କ ସହିତ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲିକାର୍ଜ୍ଜୁନ ଖଡ଼ଗେ ଓ ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳ ମଧ୍ୟ ଆସିବେ । ଏ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।
ଭୁବନେଶ୍ୱରସ୍ଥି ବରମୁଣ୍ଡା ପଡ଼ିଆରେ ଦଳ ପକ୍ଷରୁ ‘ସମ୍ବିଧାନ ବଞ୍ଚାଓ’ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜାତୀୟ ସ୍ତରର ଶୀର୍ଷ ନେତୃତ୍ୱ ଏହି ସମାବେଶରେ ଯୋଗ ଦେବେ । ଏଥିପାଇଁ କଂଗ୍ରେସ ଭବନରେ ରାଜନୈତିକ ବ୍ୟାପାର କମିଟିର ପ୍ରସ୍ତୁତି ବୈଠକ ସମାପ୍ତ ହୋଇଛି । ବୈଠକରେ ପିସିସି ସଭାପତିଙ୍କ ସହ ଦଳର ବରିଷ୍ଠ ନେତା ଉପସ୍ଥିତ ଥିଲେ ।