ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ମଙ୍ଗଳବାର ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଷ୍ଟିଲଥ ଫ୍ରିଗେଟ୍ ଆଇଏନଏସ ଉଦୟଗିରି ଓ ରୁଷ ନିର୍ମିତ ଗାଇଡଡେ ମିସାଲଇ ଫ୍ରିଗେଟ୍ ଆଇଏନଏସ ତମାଲକୁ ସାମିଲ୍ କରାଯାଇଛି । ଏଥିରେ ଭାରତୀୟ ନୌସେନାର ଶକ୍ତି ଆହୁରି ବୃଦ୍ଧି ଘଟିବ । ଦୁଇ ଜାହାଜ ଅତ୍ୟାଧୁନିକ ହତିଆର, ସେନସର ଓ ଷ୍ଟିଲଥ ଜ୍ଞାନକୌଶଳରେ ସଜ୍ଜିତ ରହିଛି । ଏହା ଭାରତ ସାମୁଦ୍ରିକ ସୀମାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ମଝଗାଓଁ ଡକ ସିପବିଲ୍ଡର୍ସ ଲିମିଟେଡ ଦ୍ୱାରା ନିର୍ମିତ ପ୍ରୋଜେକ୍ଟ ୧୭ଏର ଦ୍ୱିତୀୟ ଷ୍ଟିଲଥ ଫ୍ରିଗେଟ୍ ଆଇଏନଏସ ଉଦୟଗିରି ଆନୁଷ୍ଠାନିକ ଭାବେ ନୌସେନାକୁ ହସ୍ତାନ୍ତର କରାଯାଇଛି । ଏହି ଯୁଦ୍ଧପୋତ ସେହି ପୂର୍ବର ଆଇଏନଏସ ଉଦୟଗିରିର ଅତ୍ୟାଧୁନିକ ରୂପ ଯାହା ୧୦୦୭ରେ ୩୧ ବର୍ଷର ସେବା ପରେ ଅବସର ନେଇଥିଲା ।
ନୂତନ ଉଦୟଗିରି ଏକ ମଲଟି ମିଶନ ଫ୍ରିଗେଟ୍ ଯାହା ଗଭୀର ସମୁଦ୍ରରେ ପରିଚାଳନା(ବ୍ଲୁ ୱାଟର ଅପରେସନ) ପାଇଁ ଡିଜାଇନ କରାଯାଇଛି । ଏହା ପାରମ୍ପରିକ ଓ ଅଣ ପାରମ୍ପରିକ ବିପଦର ମୁକାବିଲା ପାଇଁ ସଂପୂର୍ଣ୍ଣ ସକ୍ଷମ । ଆଇଏନଏସ ଉଦୟଗିରିକୁ କେବଳ ୩୭ ମାସରେ ପ୍ରସ୍ତୁତ କରାଯାଇଛି, ଯାହା ନିର୍ମାଣ ଗତିରେ ଏକ ରେକର୍ଡ ।
ଏହି ଯୁଦ୍ଧପୋତ ପ୍ରୋଜେକ୍ଟ ଓ୭ଏ ଆଧାରରେ ନିର୍ମିତ ସାତ ଜାହାଜ ମଧ୍ୟରୁ ଦ୍ୱିତୀୟ ଜାହାଜ । ବାକି ପାଞ୍ଚ ଯୁଦ୍ଧପୋତ ମଝଗାଓଁ ଡକ ମୁମ୍ବାଇ ଓ ଗାର୍ଡନ ରିଚ୍ ସିପବିଲ୍ଡର୍ସ କୋଲକାତାରେ ନିର୍ମାଣଧୀନ ରହିଛି । ଏହି ପାଞ୍ଚ ଯୁଦ୍ଧପୋତକୁ ୨୦୨୬ ସୁଦ୍ଧା ସେନାକୁ ହସ୍ତାନ୍ତର କରାଯିବ । ଏହି ଯୁଦ୍ଧପୋତର ନିର୍ମାଣ ସଂପୂର୍ଣ୍ଣ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଓ ଭାରତୀୟ ଉଦ୍ୟୋଗ ସହଯୋଗରେ ନିର୍ମାଣ କରାଯାଇଛି ।
ଅନ୍ୟପଟେ ରୁଷ ନିର୍ମିତ ମିସାଇଲ ଫ୍ରିଗେଟ୍ ଆଇନଏସ ତମାଲକୁ ରୁଷର ତଟୀୟ ସହର କଲିନିନଗ୍ରଦରେ ଭାରତୀୟ ନୌସେନାରେ ସାମିଲ କରାଯାଇଛି । ଏଥିରେ ବନ୍ଧୁକ, ନଜର ରଖିବା ପାଇଁ ଉଦ୍ଦିଷ୍ଟ ସିଷ୍ଟମ ଓ ବ୍ରହ୍ମୋସ ସୁପରସୋନିକ ମିସାଇଲ ସାମିଲ । ଏହି ବହୁମୁଖୀ ଯୁଦ୍ଧପୋତ କେବଳ ଶତ୍ରୁ ନଜରରୁ ଖସି ପାରିବ ନାହିଁ ବରଂ ଏହା ଭୂପୃଷ୍ଠ, ବାୟୁ ଓ ଯୁଦ୍ଧଜାହାଜ ହମଲାର ମୁକାବିଲା ପାଇଁ ସକ୍ଷମ ।