ଜଳେଶ୍ୱର: ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀ ଜଳସ୍ତର। ଫଳରେ ବନ୍ୟା ପାଣିରେ ଉବୁଟୁବୁ ଉତ୍ତର ଓଡ଼ିଶା। ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ରହିଥିବା ବେଳେ ସକାଳା ୬ଟା ସୁଦ୍ଧା ଜଳସ୍ତର ହ୍ରାସ ପାଇ ୬.୨୮ ମିଟରରେ ପ୍ରବାହିତ ହେଉଛି। ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବା ବେଳେ ଏବେ ସୁବର୍ଣ୍ଣରେଖା ନଦୀ ଚିନ୍ତାର ବିଷୟ ପାଲଟିଛି। ସୁବର୍ଣ୍ଣରେଖା ନଦୀ ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ଜଳସ୍ତର ୧୦.୩୯ ମିଟରରେ ପ୍ରବାହିତ ହେଉଛି। ଅନେକ ରାସ୍ତା ଉପରେ ୪ଫୁଟର ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଏଥିସହ ହଜାର ହଜାର ହେକ୍ଟର ଜମିରେ ପନିପରିବା ଚାଷ ଉଜୁଡି ଯାଇଛି। ଯାହାକୁ ନେଇ ମୁଣ୍ଡରେ ହାତ ଦେଇ ଆସିଲାଣି ଚାଷୀ।