ସମ୍ବଲପୁର: ଆଜିଠାରୁ ସମ୍ବଲପୁର ଜିଲ୍ଲାରେ ସକାଳୁଆ ଅଫିସ ହୋଇଛି। ଆଜି ଠାରୁ ଜିଲ୍ଲାରେ ସକାଳ ୭ଟା ସମୟରୁ ଦିନ ୧ ଟା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସବୁ ସରକାରୀ କାର୍ଯ୍ୟାଳୟ ଏଣିକି ସକାଳୁଆ ଅଫିସ ଭାବରେ କାର୍ଯ୍ୟ କରିବ। ଏହି କାର୍ଯ୍ୟ ସମୟ ସୀମା ମଧ୍ୟରେ କୌଣସି ମଧ୍ୟାହ୍ନ ଖାଦ୍ୟ ବିରତି ରହିବ ନାହଁ। ତେବେ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲାର ସବୁ ସରକାରୀ କାର୍ଯ୍ୟାଳୟ ଠାରେ ଏହି ସକାଳୁଆ ଅଫିସ କାର୍ଯ୍ୟ କରିବାକୁ ଥିବାବେଳେ ଜିଲ୍ଲାରେ ସକାଳୁଆ ଅଫିସ କାର୍ଯ୍ୟ ଆସନ୍ତା ଜୁନ ୧୫ ତାରିଖ ପର୍ଯ୍ୟନ୍ତ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସଂଯୁକ୍ତା କୁଲୁ ସୂଚନା ଦେଇଛନ୍ତି।