କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ପୋଲିସ ୬ ଜଣ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଉଠାଇ ନେଇଛି । ବଉଳକଣି ପଞ୍ଚାୟତରୁ ସନ୍ଦିଗ୍ଧଙ୍କୁ ଉଠାଇ ନେଇଛି ପୋଲିସ । ସମସ୍ତଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରାଯାଉଛି । ସେମାନେ ସୀମା ଦେଇ ଅନୁପ୍ରବେଶ କରିଥିବା ଅନୁମାନ କରାଯାଉଛି । ପୂର୍ବରୁ ମଧ୍ୟ ୧୯ ଜଣ ବାଂଲାଦେଶୀଙ୍କୁ ପୋଲସି ଅଟକ ରଖିଛି । ଦୁଇଟି ପର୍ଯ୍ୟାୟରେ ମୋଟ ୨୫ ଜଣଙ୍କୁ ଅଟକ ରହିଛନ୍ତି । ତେବେ କାହିଁକି ସେମାନଙ୍କୁ ପୋଲିସ ଅଟକ ରଖିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।