କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରମିକୋର୍ଟରୁ ମିଳିଛି ଅଶ୍ଵସ୍ତି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ତାଙ୍କୁ ଆତ୍ମସମର୍ପଣରୁ ଛାଡ଼ କରିଛନ୍ତି । ଏପ୍ରିଲ ୨୨ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମୋକିମ ଆତ୍ମସମର୍ପଣ କରିବେନି । ଓଆରଏଚଡ଼ିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ପାଇଁ ହାଇକୋର୍ଟରୁ ନିରାଶ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିଧାୟକ ମହମ୍ମଦ ମୋକିମ । ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା ପାଇଁ ସୁଯୋଗ ଦେବାକୁ ଏବଂ ମାମଲାର ବିଚାର ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିବାକୁ ସେ ଆବେଦନରେ ପ୍ରାର୍ଥନା କରିଥିଲେ । ଏଥିସହିତ ଜରିମାନା ରାଶି ଆଦାୟ ଉପରେ ରୋକ ଲଗାଇବା ପାଇଁ ମଧ୍ୟ ସେ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ ।
ଓଆରଏଚଡ଼ିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ମୋକିମଙ୍କୁ ୩ ବର୍ଷ ଦଣ୍ଡାଦେଶ କରିଥିଲେ ଏବଂ ତଳ କୋର୍ଟଙ୍କ ରାୟକୁ ଓଡ଼ିଶା ହାଇକୋର୍ଟ କାଏମ ରଖିଥିଲେ । ଯାହାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିଧାୟକ ମହମ୍ମଦ ମୋକିମ ।
ଅଧିକ ପଢ଼ନ୍ତୁ : ଅଦାଲତରେ ଆଉ ପଡ଼ି ରହିବନି ମାମଲା...