ଭୁବନେଶ୍ୱର: ମଣ୍ଡିରେ ଧାନ କିଣା ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ସୂଚନା ଦେଇଛନ୍ତି । ଯେଉଁଠି ଧାନ ପାଚି ଗଲାଣି । ଜିଲ୍ଲା କମିଟି ଚାହିଁଲେ ଧାନ କିଣା ପ୍ରକ୍ରିୟା ଆରମ୍ଭ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ ସମସ୍ତ ଜିଲ୍ଲାରେ ଧାନ କିଣା ବ୍ୟବସ୍ଥା ନେଇ ଜିଲ୍ଲାରେ ବୈଠକ ହେବ । ବୈଠକରେ ତାରିଖ ଧାର୍ଯ୍ୟ ହେବ । । ଯେଉଁଠି ଧାନ ପାଚି ଗଲାଣି । ଜିଲ୍ଲା କମିଟି ଚାହିଁଲେ ଧାନ କିଣା ପ୍ରକ୍ରିୟା ଆରମ୍ଭ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ଧାନ କିଣାର ୪୮ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ଏହା ପରେ ୫ ମିନିଟ୍ ପରେ ୮୦୦ ଟଙ୍କା ପଠାଯିବ । ଚାଷୀମାନେ ୩୧୦୦ ଟଙ୍କା କ୍ଵିଣ୍ଟାଲ୍ ପିଛା ପାଇବେ ଚାଷୀ ।
ସୋହେଲାଠାରେ ବଡ଼ ଚାଷୀ ସମାବେଶ ହେବ । ସେହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ନଭେମ୍ବର ତୃତୀୟ ସପ୍ତାହରେ ସମାବେଶ କରାଯିବା ନେଇ ସୁରେଶ ପୂଜାରୀ କହିଛନ୍ତି । ଏହା ସହିତ ବିଭିନ୍ନ ଜିଲ୍ଲାରେ ମଧ୍ୟ ଚାଷୀ ସମାବେଶ ହେବ । ମନ୍ତ୍ରୀ ମାନେ ବିଭିନ୍ନ ଜିଲ୍ଲାକୁ ଯାଇ ସମାବେଶରେ ଯୋଗଦେବେ । ଅଗାଡି ଅଲଗା ପାଇଁ ଅତ୍ୟାଧୁନିକ ମେସିନ ପ୍ରଦାନ କରାଯାଇଛି । ମଣ୍ଡିର ଆଧୁନିକୀକରଣ ପାଇଁ ୧ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।