ସୁନ୍ଦରଗଡ଼: ଗିରଫ ହେଲେ ରସିକିଆ ସାହିତ୍ୟ ଶିକ୍ଷକ। ଛାତ୍ରୀଙ୍କୁ ଦୁଷ୍କର୍ମ କରି ସେ ଗିରଫ ହୋଇଛନ୍ତି। ଥରେ ନୁହେଁ, ଏକାଧିକ ଥର ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି। ଶିକ୍ଷକଙ୍କ କଳାକାରନାମା ସାମ୍ନାକୁ ଆସିବା ପରେ ସମଗ୍ର ଶିକ୍ଷକ ସାମାଜର ମୁଣ୍ଡ ତଳକୁ ହୋଇଯାଇଛି। ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା ଅଞ୍ଚଳର ଘଟିଛି ଏଭଳି ଏକ ଲଜ୍ଜାଜନକ ଘଟଣା। ଲହୁଣୀପଡ଼ା ଥାନା ହଳଦିକୁଦର ସରକାରୀ ଉଚ୍ଚ ବିଦ୍ୟାଳୟର ସାହିତ୍ୟ ଶିକ୍ଷକ ତାପସ ବାଡାଇ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି।
ଆଧାର କାର୍ଡ ସଂଶୋଧନ ନାଁରେ ଏକାଧିକ ଛାତ୍ରୀଙ୍କୁ ଅସଦାଚରଣ କରୁଥିଲେ। ଆଧାର ସଂଶୋଧନ କରିବା ବାହାନା କରି ସଂପୃକ୍ତ ଛାତ୍ରୀଙ୍କୁ ବଣାଇକୁ ଆଣୁଥିଲେ। ପରେ ନିଜ ଭଡ଼ା ଘରକୁ ନେଇ ଦୁଷ୍କର୍ମ କରୁଥିଲେ। ଏହା କାହାକୁ ନକହିବାକୁ ଧମକ ଦେଉଥିଲେ। ଆଜି ଛାତ୍ରୀ ଜଣଙ୍କ ଥାନାରେ ଏତଲା ଦେବା ଶିକ୍ଷକଙ୍କ କଳାକାରନାମା ସାମ୍ନାକୁ ଆସିଛି, ଫଳରେ ରସିକିଆ ଶିକ୍ଷକ ତାପସ କୁମାର ବଢ଼ାଇଙ୍କୁ ଗିରଫ କରି ପୋଲିସ ଏବେ ଡାକ୍ତରୀ ମାଇନା ପାଇଁ ପଠାଇ ତଦନ୍ତ ଜାରି ରଖିଛି।
ଅଧିକ ପଢନ୍ତୁ: ସାମ୍ନାକୁ ଆସିଲା ସତ୍ୟବ୍ରତ ହତ୍ୟାକାଣ୍ଡର କାରଣ; କେମିତି ହେଇଥିଲା ହତ୍ୟା, କ୍ରାଇମ ସ୍ପଟରେ ଡେମୋ ଦେଖାଇଲା ଅଭିଯୁକ୍ତ ଦୀନେଶ