ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ନୀଳାଦ୍ରିବିହାର ସତ୍ୟବ୍ରତ ହତ୍ୟା ଘଟଣା ଉପରୁ ପୁଲିସ୍ ପର୍ଦ୍ଦା ଉଠାଇଛି। କେମିତି ହେଇଥିଲା ହତ୍ୟାକାଣ୍ଡ ତାହା ଜଣାପଡିଛି। ଏନେଇ ଗତକାଲିଠୁ ଲିଜା-ଦିନେଶଙ୍କୁ ଏକାଠି ଜେରା କରୁଛି ପୋଲିସ୍। ଆଉ ଜେରାରେ ଖୋଲିଛି ଚାଞ୍ଚଲ୍ୟକର ତଥ୍ୟ। ଆଜି (ବୁଧବାର) ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ଭୁବନେଶ୍ୱର ଏସିପି ସୋନାଲ୍ ସିଂ।
ତ୍ରିକୋଣୀୟ ପ୍ରେମରୁ ସତ୍ୟବ୍ରତକୁ ହତ୍ୟା କରାଯାଇଥିବା ଏସିପି ସୋନାଲ ସିଂ ପରମାର୍ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଦିନେଶ ଏକମାତ୍ର ଅଭିଯୁକ୍ତ ରହିଛି। ଯେଉଁ ଲିଜାଙ୍କୁ ନେଇ ତ୍ରିକୋଣୀୟ ପ୍ରେମ ବୋଲି କୁହାଯାଉଥିଲା, ତାଙ୍କର ହତ୍ୟାରେ କୌଣସି ସମ୍ପୃକ୍ତି ନାହିଁ। ହତ୍ୟାକାଣ୍ଡ ପଛରେ କୌଣସି ଷଡ଼ଯନ୍ତ୍ର ନ ଥିବା ମଧ୍ୟ ସ୍ପଷ୍ଟ ହୋଇଛି। ଦିନେଶ ଗୋଟିଏ ରୁମ୍ରେ ଲିଜା ଏବଂ ସତ୍ୟବ୍ରତଙ୍କୁ ପାଇ ଆକ୍ରମଣ କରିଥିଲା। ଲିଜା ସତ୍ୟବ୍ରତଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା, ତେଣୁ ତାହାର ହତ୍ୟା ସମ୍ପୃକ୍ତି ନାହିଁ।
ପୂର୍ବରୁ କିଛି ଦିନ ପାଇଁ ଦିନେଶ ଓ ଲିଜା ଲିଭ୍ ଇନ୍ରେ ରହୁଥିଲେ। ଏହାପରେ ଦିନେଶ ତାଙ୍କ ଠାରୁ ଅଲଗା ହୋଇ ଜଗତସିଂହପୁର ଯାଇଥିଲେ। ଯେଉଁ ଦିନ ଘଟଣା ଘଟିଥିଲା, ସେଦିନ ଲିଜା ଦିନେଶଙ୍କ ଫୋନ୍ ନ ଉଠାଇବାରୁ ସନ୍ଦେହ କରିଥିଲେ। ଏହାପରେ ଦିନେଶ ସିଧା ଲିଜାଙ୍କ ରୁମ୍କୁ ଆସି ସେଠାରେ ଲିଜଙ୍କ ସହ ସତ୍ୟବ୍ରତକୁ ଦେଖିବା ପରେ ହତ୍ୟାକାଣ୍ଡ ଘଟାଇଥିଲା।
ସତ୍ୟବ୍ରତ ଯେଉଁ କାର୍ ଚଳାଉଥିଲେ ତାହାକୁ ମାଲିକ ନେଲା ବେଳେ ଦୁର୍ଘଟଣା ଘଟିଥିଲା। କାର୍ ମାଲିକ ଯେଉଁ ଡ୍ରାଇଭରଙ୍କୁ ଦେଇଥିଲେ ସେ ମଦ ପିଇ ଦୁର୍ଘଟଣା ଘଟାଇଥିଲେ। ସେପଟେ ଦିନେଶ ନୀଳାଦ୍ରିବିହାରର ଯେଉଁ ଘରେ ଛୁରାମାଡ କରିଥିଲା ତାହା କ୍ରାଇମସିନ୍ ରିକ୍ରିଏସନ୍ କରି ଦେଖାଉଛି।
ଅଧିକ ପଢନ୍ତୁ: କାର ଡ୍ରାଇଭର୍ ସତ୍ୟବ୍ରତ ହତ୍ୟା ମାମଲା: ଆତ୍ମସମର୍ପଣ କଲା ଦିନେଶ