ବ୍ରହ୍ମପୁର: ପୂର୍ବତନ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଜଣଙ୍କୁ ଜାମିନ ମିଳିଛି । ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ଅଭିଯୁକ୍ତ ରାଜେନ୍ଦ୍ର ସାହୁଙ୍କ ଜାମିନ ମଞ୍ଜୁର କରୁଛନ୍ତି । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ କୋର୍ଟ ଜାମିନ ଦେଇଛନ୍ତି । ରାମେଶ୍ଵରମ ଛକରୁ ବାଇକ୍ ଚୋରି କରି ହତ୍ୟାରେ ବ୍ୟବହାର କରିଥିଲା ରାଜେନ୍ଦ୍ର । ଅନ୍ୟତମ ଅଭିଯୁକ୍ତ ଶୂନ୍ୟ ଚନ୍ଦ୍ର ଦାସଙ୍କ ଆବେଦନକୁ ରଦ୍ଦ କରିଛନ୍ତି କୋର୍ଟ ।
ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ସହ ୧୬ଜଣ ଅଭିଯୁକ୍ତ ଜେଲରେ ଅଛନ୍ତି । ରାଜେନ୍ଦ୍ରଙ୍କୁ ପ୍ରଥମେ ଜାମିନ ମିଳିଛି । ଅନ୍ୟତମ ଅଭିଯୁକ୍ତ ଶୂନ୍ୟ ଚନ୍ଦ୍ର ଦାସଙ୍କ ଆବେଦନକୁ କୋର୍ଟ ଖାରଜ କରିଛନ୍ତି ।
ଗତ ଅକ୍ଟୋବର ୬ ତାରିଖରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସୁଟର୍ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ ଗୁଳି କରି ହତ୍ୟା କରିଥିଲେ । ହତ୍ୟା କରିବା ପରେ ଶୀତଳାପଲ୍ଲୀରେ ହେଲମେଟ୍ ଏବଂ ବନ୍ଧୁକ ଲୁଚାଇ ରଖିଥିଲେ ଏବଂ ରାମେଶ୍ୱରମରେ ବାଇକ୍ ରଖି ବସରେ ପଳାଇଯାଇଥିଲେ । ସେହି ଅଞ୍ଚଳର ରାଜେନ୍ଦ୍ର ସାହୁ ସେହି ବାଇକୁ ଚୋରି କରି ତାର ବିଭିନ୍ନ ପାର୍ଟସକୁ ବାହାର କରି କବାଡ଼ିବାଲାକୁ ବିକ୍ରି କରିଦେଇଥିଲା । ପୋଲିସ ତଦନ୍ତ କରି ରାଜେନ୍ଦ୍ରକୁ ଗିରଫ କରିଥିଲା ।