ବାହା ନହେବାରୁ ଯୁବତୀଙ୍କୁ ଦୁଷ୍କର୍ମ କଲେ ନକଲି ବୈଜ୍ଞାନିକ ! ଖବର ଓଡିଶା : 19/03/2023: Share story: ବାହାଘର ଭାଙ୍ଗିଯିବାରୁ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ସୂଚନା ମୁତାବକ ଅବିନାଶ ନାମକ ଯୁବକ ନିଜକୁ ଆଇସିଏମଆର ବୈଜ୍ଞାନିକ କହି ବିବାହ ପ୍ରସ୍ତାବ ଦେଇଥିଲେ । କଟକ ଜିଲ୍ଲା ଆଠଗଡ ଅଞ୍ଚଳର ଯୁବତୀଙ୍କ ସହ ସିଡିଏ-୯ ଅଞ୍ଚଳର ଯୁବକ ଅବିନାଶ ମିଶ୍ରଙ୍କ ବାହାଘର ଲାଗିଥିଲା । ତେବେ ଯୁବତୀଙ୍କ ପରିବାର ଲୋକେ ଯୁବକ ଜଣକ ବୈଜ୍ଞାନିକ ନୁହଁନ୍ତି ବୋଲି ଜାଣିବା ପରେ ବାହାଘର ପ୍ରସ୍ତାବକୁ ଭାଙ୍ଗି ଦେଇଥିଲେ । ଏହା ପରେ ଯୁବତୀଙ୍କୁ ଅପହରଣ କରି ନେଇ ନିଜ ଘରେ ଓ ବିଭିନ୍ନ ହୋଟେଲରେ ଏକାଧିକ ଥର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏପରିକି ଯୁବତୀଙ୍କ ନଗ୍ନ ଭିଡ଼ିଓ ଦେଖାଇ ଜୋର ଜବରଦସ୍ତ ବିବାହ କରିବାକୁ ଜିଦ ଧରୁଥିବା ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଅବିନାଶ ଯାଜପୁର ସହରର ମୂଳବାସିନ୍ଦା ହୋଇଥିବାବେଳେ କଟକ ସିଡ଼ିଏ ଅଞ୍ଚଳରେ ରହୁଥିଲେ । ପୋଲିସ ଅଭିଯୁକ୍ତ ଅଭିନାଶକୁ ଗିରଫ କରି କୋର୍ଟ ଚାଲାଣ କରିଛି । crime Odisha KhabarOdisha ଖବର ଓଡ଼ିଶା, Reporter, 19/03/2023