ଭୁବନେଶ୍ୱର : ଆସୁଛି ପୁଣି ଏକ ଲଘୁଚାପ। ଆସନ୍ତା ୨୨ ତାରିଖରୁ ରାଜ୍ୟରେ ପୁଣି ବର୍ଷା ପରିମାଣ ବଢ଼ିବ । ଆସନ୍ତା ୨୫ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଏହା ଆଗରୁ ବର୍ଷା ପରିମାଣ ବଢ଼ିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି ।
ଆସନ୍ତା ୨୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୨୩ ଓ ୨୪ ତାରିଖରେ କେନ୍ଦୁଝର ଓ ମୟୂରଭଞ୍ଜରେ ଭାରୀ ବର୍ଷା ହୋଇପାରେ ।
ପାଣିପାଗ ସୂଚନା ଅନୁଯାୟୀ ଆସନ୍ତା ୨୫ ରୁ ୨୮ ତାରିଖ ଭିତରେ ବଙ୍ଗୋପସାଗରରେ ପୁଣି ଏକ ନୂଆ ଲଘୁଚାପ ସୃଷ୍ଟି ହୋଇପାରେ । ଏବେ ସକ୍ରିୟ ଥିବା ଲଘୁଚାପ ଝାଡଖଣ୍ଡ ଅତିକ୍ରମ କରିବା ପରେ ୨୦ ରୁ ୨୨ ଯାଏ ବାୟୁମଣ୍ଡଳୀୟ ସାମୟିକ ଭାବେ ପାଗ ଶୁଖିଲା ହେବ । କିନ୍ତୁ ମୌସୁମୀ ଟ୍ରଫ୍ର ପୂର୍ବ ଭାଗ ପୁଣି ସକ୍ରିୟ ହୋଇ ଉତ୍ତର-ପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଜଳୀୟବାଷ୍ପ ଓ ବାୟୁ ସଞ୍ଚାଳନକୁ ବଢ଼ାଇବ । ଯାହା ଫଳରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।