ସୋର: ବାଲେଶ୍ୱର ଔପଦା ଥାନା ପାଟପୁର ଗାଁରେ ଚାଞ୍ଚଲ୍ୟକର ଘଟଣା ଏକତରଫା ପ୍ରେମରୁ ଛୁରିରେ ଆକ୍ରମଣ କଲା ଯୁବକ। ଯୁବତୀଙ୍କ ସମେତ ବାପା, ମାଆ, ଭାଇ ଓ ଜେଜେବାପାଙ୍କୁ ଆକ୍ରମଣ କରିଛି ଯୁବକ।
ସୂଚନା ଅନୁଯାୟୀ ପୂର୍ବରୁ ଯୁବକ-ଯୁବତୀ ଏକ ସରକାରୀ ସ୍କୁଲରେ ଶିକ୍ଷକତା କରୁଥିଲେ। ଏକତରଫା ପ୍ରେମକୁ ନେଇ ଯୁବକଙ୍କ ନାଁରେ ଯୁବତୀ ଜଣକ ଅଭିଯୋଗ କରିଥିଲେ। ଯୁବତୀଙ୍କ ଅଭିଯୋଗ ଆଧାରରେ ଚାକିରିରୁ ବିଦା ହୋଇଥିଲେ ଅଭିଯୁକ୍ତ ଯୁବକ। ତେବେ ପୁରୁଣା ରାଗ ରଖି ଯୁବତୀଙ୍କ ପରିବାର କୁ ଛୁରିରେ ଆକ୍ରମଣ କରିଛି ବୋଲି ଅନୁମାନ କରାଯାଉଛି। ଯୁବକଙ୍କ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ପରିବାର ସମସ୍ତଙ୍କୁ ବାଲେଶ୍ବର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଆକ୍ରମଣକାରୀ ଯୁବକଙ୍କୁ କାବୁ କରି ପୋଲିସ୍ ଜିମା ଦେଇଛନ୍ତି ଗାଁ ଲୋକେ। ଘଟଣାକୁ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ୍।