କଟକ ସହରର ସିଡିଏ ସେକ୍ଟର-୬ ଅଞ୍ଚଳରେ ଥିବା ଦୁଇଟି ହୋଟେଲକୁ କଟକ ମହାନଗର ନିଗମ (କେ.ଏମ.ସି.) ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସିଲ୍ କରାଯାଇଛି। ହୋଟେଲଗୁଡ଼ିକରେ ଅସ୍ୱାସ୍ଥ୍ୟକର ପରିବେଶ ଏବଂ ନିମ୍ନମାନର ଖାଦ୍ୟ ପ୍ରସ୍ତୁତ ହେଉଥିବା ଅଭିଯୋଗ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଏହି କାର୍ଯ୍ୟାନୁଷ୍ଠାନର କାରଣ ହେଉଛି ସ୍ୱାସ୍ଥ୍ୟକର ଓ ମାଛିକଳା ପରିବେଶ।ନିମ୍ନମାନର ଖାଦ୍ୟ ସାମଗ୍ରୀ ବ୍ୟବହାର ଓ ବିକ୍ରୀ କରିବା ଓ ଖାଦ୍ୟ ସୁରକ୍ଷା ନିୟମକୁ ଉଲ୍ଲଂଘନ କରାଯିବା।
ସୂଚନା ଅନୁଯାୟୀ କେ.ଏମ.ସି. (KMC) ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହୋଟେଲଗୁଡ଼ିକରେ ଅତର୍କିତ ଚଢ଼ାଉ କରାଯାଇଥିଲା।ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ତତକ୍ଷଣାତ୍ ଏହି ହୋଟେଲ ଦୁଇଟିକୁ ବନ୍ଦ କରାଯାଇ ସିଲ୍ କରାଯାଇଛି। କଟକର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ କେ.ଏମ.ସି. ପକ୍ଷରୁ ସ୍ୱାସ୍ଥ୍ୟ ଓ ଖାଦ୍ୟ ଯାଞ୍ଚ ଅଭିଯାନ ଜାରି ରହିଛି।