ବୌଦ୍ଧ ଘୋଷଯାତ୍ରାର ଚତୁର୍ଥ ଦିବସରେ ଜଗତର ନାଥ ଜଗନ୍ନାଥ ଧାରଣ କରିଥଲେ ବରାହ ଅବତାର । ଏହି ଅବତାରରେ ପ୍ରଭୁ ପୃଥିବୀକୁ ଅଗାଧ ଜଳରୁ ଉଦ୍ଧାର କରିଥିଲେ । ବଡ଼ଭାଇ ବଳଭଦ୍ର ଧାରଣ କରିଥଲେ ନୃସିଂହ ଅବତାର । ଏହି ଅବତାରରେ ପ୍ରଭୁ ନିଜ ଭକ୍ତ ପ୍ରହଲ୍ଲାଦଙ୍କୁ ରାକ୍ଷସ ରାଜ ହିରନ୍ୟ କଶ୍ୟପଙ୍କ ଠାରୁ ଉଦ୍ଧାର କରି ଭକ୍ତ ପାଇଁ ଭଗବାନ ଯୁଗେ ଯୁଗେ ଅବତରିଥlନ୍ତି ଏହି ଉକ୍ତିକୁ ପ୍ରମାଣିତ କରିଥଲେ । ଏଠାରେ ପ୍ରଭୁ ଜଗନ୍ନାଥ ଓ ବଡ଼ଭାଇ ବଳଭଦ୍ର ଯେ ଏକ ଓ ଅଭିନ୍ନ ତାହା ହିଁ ପ୍ରତିପାଦିତ ହୋଇଥିଲା ।
ଭକ୍ତ ଗଣ ଦୀପ ଜାଳି ଅର୍ଘ୍ୟ ଦେଇ ପ୍ରଭୁଙ୍କୁ ନିଜର ମନସ୍କାମନା ପୂରଣ ପାଇଁ ନିବେଦନ କରିଥିଲେ । ବୁଧବାର ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ମାଉସୀ ମା ମନ୍ଦିର ପରିସରରେ ସନ୍ଧ୍ୟା କାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଣାମ ନୃତ୍ୟ ଅନୁଷ୍ଠାନର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅନୁଷ୍ଠାନର ଛାତ୍ରଛାତ୍ରୀ ଓଡିଶୀ, ତାଣ୍ଡବନୃତ୍ୟ, ଶ୍ରୀକୃଷ୍ଣ ଭଜନ, ମା ସମଲେଇଙ୍କ ଭଜନ ଆଦି ସାଂସ୍କୃତିକ ନୃତ୍ୟର ପରିବେଷଣ କରିଥିଲେ । ହଜାର ହଜାର ଭକ୍ତ ପ୍ରଭୁଙ୍କ ଦର୍ଶନ କରି ପ୍ରଭୁ କୃପା ଲାଭ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ଵାରା ଅଭିନୀତ ଭକ୍ତି ମୂଳକ ନୃତ୍ୟ ଓ ସଙ୍ଗୀତରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥଲା ।
ଅଧିକ ପଢନ୍ତୁ : ପାରଳାଖେମୁଣ୍ଡିରେ ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଅଦାଲତ ଶିବିର ଅନୁଷ୍ଠିତ