ଯାଜପୁର ସହରରେ ବୈଧ ମାପ ବିଭାଗ ପକ୍ଷରୁ ଚଢ଼ାଉ କରାଯିବା ସହ ଜରିମାନା ଆଦାୟ କରାଯାଇଛି । ସହରର ବିଭିନ୍ନ ସପିଂ ମଲ,ଫଳ ଦୋକନ ଓ ଉଠା ଦୋକାନ ଗୁଡିକରେ ଓଜନ ମାପ ବିଭାଗ ତରଫରୁ ଯାଞ୍ଚ କରାଯାଇଛି । ଅନେକ ବ୍ୟବସାୟୀ ସଠିକ ଭାବେ ନିଜର ଓଜନ ମାପକ ଯନ୍ତ୍ରର ଲାଇସେନସ କରୁନଥିବା ବେଳେ ଓଜନ ନିୟମକୁ ଉଲଘଂନ କରୁଛନ୍ତି। ଯାହାକି ସେମାନଙ୍କୁ ଚେତାବନୀ ଦିଆଯିବା ସହ ଜରିମାନା ଆଦାୟ କରାଯାଇଛି। ଯଗ୍ମ ନିୟନ୍ତ୍ରକ ରବିନ୍ଦ୍ର କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏନଫୋର୍ସମେଣ୍ଟ ଇନିସପେକ୍ଟର ସୁଶ୍ରୀ ସସ୍ମିତା ବେହେରା,ଇନିସପେକ୍ଟର ଭାବନା ନାୟକ,ସିନିୟର ଆସିଷ୍ଟାଣ୍ଟ ବିଜୟ କୁମାର ପଣ୍ଡା ପ୍ରମୁଖଙ୍କ ସହ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ।