ସୁନ୍ଦରଗଡ଼: କୋଇଲା ଖଣି ଚୋରିରେ ବିଜେଡ଼ି କର୍ମୀଙ୍କ ସମ୍ପୃକ୍ତି ଥିବା ନେଇ ସଙ୍ଗୀନ ଅଭିଯୋଗ ଆସିଛି । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଅନ୍ତର୍ଗତ ଗୋପାଳପୁର ରେଞ୍ଜ କୋଇଲା ଖଣି ଚୋରି ମାମଲାରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ପୂର୍ବତନ ବିଧାୟିକା ତଥା ବିଜେପି ନେତ୍ରୀ କୁସୁମ ଟେଟେ । ଏ ନେଇ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ।
ସୁନ୍ଦରଗଡ଼ ହେମଗିରି ବ୍ଲକ୍ ଗୋପାଳପୁର ରେଞ୍ଜରେ କୁଲାପୁଡ଼ା ଏବଂ ତେଲଣ୍ଡିହି ଅଞ୍ଜଳରେ ବ୍ୟାପକ ପରିମାଣରେ କୋଇଲା ଖଣି ଦୁର୍ନୀତି ହେଉଥିବା ଅଭିଯୋଗ କରିଛନ୍ତି ପୂର୍ବତନ ବିଧାୟିକା କୁସୁମ ଟେଟେ । ବର୍ଷ ବର୍ଷ ଧରି ଏଠାରେ କୋଇଲା ଚୋରି ହେଉଛି । ଜଙ୍ଗଲ ଭିତର ୩୦ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ ୧୦୦ରୁ ଅଧିକ କୋଇଲା ଖଣି ଓ ୪୦ ଟି କୋଇଲା ଷ୍ଟକ୍ କରି ଚୋରି କରୁଥିଲେ । ବିପୁଳ ପରିମାଣରେ ଚୋରି କରି କୋଇଲାକୁ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ଛତିଶଗଡ଼ ସହିତ ମଧ୍ୟ ପ୍ରଦେଶକୁ ଚାଲାଣ କରାଯାଉଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଏ ନେଇ କୁସୁମ ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।
ଅନ୍ୟପକ୍ଷରେ ଏହି ଖବର ଗଣମାଧ୍ୟମରେ ଖବର ପ୍ରକାଶ ହୋଇଥିଲା ବୋଲି ସେ କହିଛନ୍ତି । କିନ୍ତୁ ଖାଲି ମାମଲା ରୁଜୁ ହୋଇଥିବାବେଳେ ମାମଲାରେ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଗସ୍ତ ସାରି ଫେରିବା ପରେ ସେ ନିଜେ ତାଙ୍କୁ ଭେଟି ଏହି ବିଷୟରେ ଆଲୋଚନା କରିବେ ବୋଲି ସୂଚନା ଦେଇଛି କୁସୁମ ।
ତେବେ କୋଇଲା ଖଣି ଚୋରି ଖବର ସାମ୍ନାକୁ ଆସିବା ପରେ ମାମଲା ରୁଜୁ ହୋଇଥିବା ପଶ୍ଚିମାଞ୍ଚଳ ଡିଆଇଜି କହିଛନ୍ତି ।