କେନ୍ଦୁଝର: କେନ୍ଦୁଝରରେ ନାବାଳିକା ଅପହରଣକାରୀଙ୍କୁ ମିଳିଲା ଦଣ୍ଡ । ସୋମବାର କେନ୍ଦୁଝରର ଫାଷ୍ଟ ଟ୍ରାକ୍ କୋର୍ଟ ଏକ ନାବାଳିକା ଅପହରଣ ମାମଲାର ବିଚାର କରି ଦଣ୍ଡ ଶୁଣାଇଛନ୍ତି । ଅପହରଣକାରୀ ଅଭିଯୁକ୍ତ ୨୩ ବର୍ଷୀୟ ଅଭିମନ୍ୟୁ ପାତ୍ରଙ୍କୁ ୨ ବର୍ଷର ସଶ୍ରମ କାରାଦଣ୍ଡ ସହ ୧ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି କୋର୍ଟ ।
ଘଟଣା ମୁତାବିକ ଅଭିଯୁକ୍ତ ଅଭିମନ୍ୟୁ ୨୦୨୨ ମସିହା ଜାନୁୟାରୀ ୫ ତାରିଖରେ ଜଣେ ୧୬ ବର୍ଷିୟା ନାବାଳିକା କଲେଜ ଯାଉଥିବା ସମୟରେ ତାଙ୍କୁ ଅପହରଣ କରିନେଇଥିଲେ। ଅପହରଣ ପରେ କଟକ ଜିଲ୍ଲାରେ ଏକ ଭଡ଼ା ଘରେ ରଖିଥିଲେ । ତେବେ ନାବାଳିକା ପରିବାର ପକ୍ଷରୁ ବହୁ ଖୋଜାଖୋଜି ପରେ ସନ୍ଧାନ ନମିଳିବାରୁ ଏନେଇ ତେଲକୋଇ ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ ଅଭିଯୋଗ ପାଇବା ପରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା ।
ଏହି ମାମଲାରେ ୧୭ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଅଭିଯୁକ୍ତଙ୍କୁ ଦୋଷୀ ସାମସ୍ତ୍ୟ କରାଯାଇଛି । ଏନେଇ କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟ ଅଭିଯୁକ୍ତ ଅଭିମନ୍ୟୁ ପାତ୍ରଙ୍କୁ ୨ ବର୍ଷର ସଶ୍ରମ କାରାଦଣ୍ଡ ସହ ୧ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି ।