୪୫ ହଜାର ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ
Khabar Odisha:kuliana-policeseized-ganjai-about-45-thousand
ଖବର ଓଡିଶା : 26/05/2023:

ଦିନକୁ ଦିନ ମୟୁରଭଞ୍ଜ କୁଳିଅଣା ଅବକାରୀ ଥାନା ଅଧୀନରେ ଗଞ୍ଜେଇ ବେପାରୀଙ୍କ ଦୌରାତ୍ମ୍ୟ ବଢ଼ିଚାଲିଛି । ଏକ ଗଞ୍ଜେଇ ବେପାରୀକୁ ଧରିବାରେ ସଫଳ ହୋଇଛି କୁଳିଅଣା ଅବକାରୀ ବିଭାଗ । ଆଜି ସକାଳୁ ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ପ୍ରଶାନ୍ତ କୁମାର କୁଉଁର ନିର୍ଦ୍ଦେଶ କ୍ରମେ କୁଳିଅଣା ଏକ୍ସସିସ ଷ୍ଟେସନ ଓ ତାଙ୍କ ଟିମ ଝାରପୋଖରୀଆ ଥାନା ଅଧୀନ ନଡ଼ିଆଠୁଳ ଗ୍ରାମର ପ୍ରଶାନ୍ତ କୁମାର ମଣ୍ଡଳଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉବେଳେ ଚାରି କେଜି ଚାରି ଶହ ପଚାଶ ଗ୍ରାମ ଗଂଜେଇ ଜବଦ କରିବା ସହିତ ଜଣଙ୍କୁ ଗିରଫ କରିଛି।  ଜବତ ଗଂଜେଇର ମୂଲ୍ୟ ୪୫ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଇଛି l  

Subscribe

National International State Sports Entertainment