ଭୁବନେଶ୍ୱର: କିଟ୍ ବିଶ୍ୱ ବିଦ୍ୟାଳୟର ତାତି ବିଧାନସଭା ଗୃହରେ ଦେଖିବାକୁ ମିଳିଛି । ଶାସକ ଏବଂ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । କିଟ୍ ବିଶ୍ୱ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ରାଜ୍ୟକୁ ସମ୍ମାନକୁ ପଦାରେ ପକାଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଥିବା ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଛନ୍ତି । ଯାହାର କଡ଼ା ଜବାବରେ କିଟ୍ କର୍ତ୍ତୃପକ୍ଷକୁ କୋଳରେ ବସାଇଥିଲା ବୋଲି ପ୍ରଶ୍ନ କରିଛନ୍ତି ଟଙ୍କଧର ତ୍ରିପାଠୀ ।
ଗୃହର ଶୂନ୍ୟକାଳରେ ପ୍ରତାପ ଦେବ କିଟ୍ ବିଶ୍ୱ ବିଦ୍ୟାଳୟ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ ଛାତ୍ରୀ ମୃତ୍ୟୁ ମାମଲାରେ ଓଡ଼ିଶା ଆଜି ଆନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହୋଇଛି । ରାଜଧାନୀରୁ ପୁର ପଲ୍ଲୀ ଯାଏ ସବୁଠି ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ। ପ୍ରଧାନ ମନ୍ତ୍ରୀଙ୍କ ଗସ୍ତ ସମୟରେ ହତ୍ୟା କାଣ୍ଡ ହେଲା । ଭୁବନେଶ୍ଵରରେ ଆପାର୍ଟମେଂଟରେ ଲୋକେ ସୁରକ୍ଷିତ ନୁହଁ। ଭରତପୁର ଥାନା ଘଟଣା ପ୍ରମାଣିତ କରୁଛି ଥାନାରେ ବି ଲୋକେ ସୁରକ୍ଷିତ ନୁହଁନ୍ତି। ରାଜ୍ୟପାଳ ଙ୍କ ପୁଅ ମାଡ଼ ଘଟଣାରେ ଜିଲ୍ଲାପାଳ ଙ୍କ ତଦନ୍ତ ରିପୋର୍ଟ ଆସିଲାନି। ଚିକିଟି ମଦ ମୃତ୍ୟୁ ଘଟଣାରେ ଆରଡିସି ତଦନ୍ତ ରିପୋର୍ଟ ଆସିଲାନି ଏଯାଏ। ମୋ ନିର୍ବାଚନ ମଣ୍ଡଳୀ ର ଗୋଟିଏ ଘଟଣାରେ ଏଫଆଇଆର ଦିଆଯାଇଛି କିନ୍ତୁ ଦୋଷୀ ବୁଲୁଛନ୍ତି । ପୋଲିସ ନୀରବ । ରାଜ୍ୟ ସାରା ସବୁଠି ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ।
ସେହିପରି ଶୂନ୍ୟକାଳ ରେ କଂଗ୍ରେସ ବିଧାୟକ ତାରା ବାହିନିପତି କିଟ୍ ପ୍ରସଙ୍ଗ ଉଠାଇଥିଲେ । ସେ କହିଛନ୍ତି ଯେ ସାରା ବିଶ୍ୱରେ ଓଡିଶା ନିନ୍ଦିତ ହେଲା। ନେପାଳ ସହ ଆମ ସମ୍ପର୍କ ଅତି ଘନିଷ୍ଠ। ଜଗନ୍ନାଥ ଙ୍କ ପାଇଁ କସ୍ତୁରୀ ସେଠାରୁ ଆସିଥାଏ। କିନ୍ତୁ ଯେଉଁଭଳି ଭାବେ ନେପାଳୀ ଛାତ୍ରଛାତ୍ରୀ ଙ୍କୁ କିଟ୍ କର୍ତ୍ତୃପକ୍ଷ ବାଡ଼େଇ ଲେ ତାହା ନୀନ୍ଦନୀୟ। ଦିଲ୍ଲୀ ଆଜି ଏହି ଘଟଣାରେ ପଡୁଚି ଉଠୁଚି। ଯେଉଁ ଭିଡିଓ ସବୁ ଭାଇରାଲ ହେଉଛି ତାକୁ ଦେଖିଲେ କାନ୍ଦ ଲାଗୁଛି। ଘଟଣାରେ ରେ ବିଚାର ବିଭାଗୀୟ ତଦନ୍ତ ହେବା ଦରକାର। ବିଚାର ବିଭାଗୀୟ ତଦନ୍ତ ନହେଲେ ମୁଁ ଧାରଣାରେ ବସିବି ଗୃହରେ ବୋଲି ଚେତାବନୀ ଦେଲେ ତାରା।
ତେବେ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ସେ କହିଛନ୍ତି ଯେ କିଟ୍ରେ ଯେଉଁ ଘଟଣା ଘଟିଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ । କିଟ୍ ମାଲିକ କେଉଁ ଦଳର ଥିଲେ, କିଏ ତାଙ୍କୁ କୋଳରେ ବସାଇଥିଲେ ବୋଲି ପ୍ରଶ୍ନ କରିଥିଲେ । ପରୀ, ମମତା, ମାହାଙ୍ଗା ଘଟଣାରେ ବିଜେଡି ବିଧାୟକ ସାମିଲ ଥିଲେ । ସେତେବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ କିଛି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ । ତେବେ ଆଜି ଆଇନଶୃଙ୍ଖଳା ପାଠ ପଢ଼ାଉଛନ୍ତି, ଯାହା ହାସ୍ୟାସ୍ପଦ ବୋଲି କହିଛନ୍ତି ଟଙ୍କଧର ।
ସୂଚନାଯୋଗ୍ୟ, ଗତକାଲି ରାତିରେ କିଟ୍ ବିଶ୍ଵବିଦ୍ୟାଳୟରେ ବି-ଟେକ୍ ଦ୍ଵିତୀୟ ବର୍ଷର ଜଣେ ଛାତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ଛାତ୍ରୀ ହେଲେ ନେପାଳର ପ୍ରକୃତି ଲାମ୍ସା(୧୯)। ପ୍ରେମ ଜନିତ ବ୍ୟାପରକୁ ନେଇ ଛାତ୍ରୀଟି ଧୋକା ଖାଇବା ପରେ ପ୍ରକୃତି ଏଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।