ଭଦ୍ରକ: ଦୁର୍ଘଟଣାର ଶୀକାର ହୋଇ ଗୁରୁତର ଆହତ ହୋଇଛନ୍ତି ଯାତ୍ରା ଅଭିନେତା ରୁଦ୍ର ନାରାୟଣ ମିଶ୍ର । ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଧଉଳି ଗଣନାଟ୍ୟର ଅଭିନେତା ରୁଦ୍ର ନାରାୟଣ କାରରେ ଭଦ୍ରକ ପିରହାଟରୁ ଭୁବନେଶ୍ୱର ଫେରୁଥିବା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ନାଳଙ୍ଗ ଛକରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଫଳରେ ରୁଦ୍ର ଗୁରୁତର ହୋଇପଡ଼ିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଏବେ ସେ ବିପଦ ମୁକ୍ତ ଅଛନ୍ତି । ରୁଦ୍ରଙ୍କୁ କିଏ ଧକ୍କା ଦେଲା ତାହା ଜଣାପଡ଼ି ନାହିଁ ।