ସାଲେପୁର: ବୋମାମାଡ଼ କରି ଗହଣା ଦୋକାନୀଙ୍କଠାରୁ ଲୁଟ୍ କଲେ ଦୁର୍ବୃତ୍ତ । ଏପରି ଏକ ଘଟଣା ସାଲେପୁର ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ବର ବଜାରରେ ଘଟିଛି । ଲୁଟ୍ ବେଳେ ଗହଣା ଦୋକାନୀ ଆହତ ହୋଇଛନ୍ତି । ପୋଲିସ ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ଗତକାଲି ରାତିରେ ୫ ଜଣ ଦୁର୍ବୃତ୍ତ ଅସୁରେଶ୍ବର ବଜାରରେ ଥିବା ମହାବୀର ଜୁଏଲର୍ସ ଦୋକାନୀଙ୍କ ଉପରକୁ ବୋମାମାଡ଼ କରି ଦୋକାନୀଙ୍କଠାରୁ ସମସ୍ତ ଗହଣା ଲୁଟ୍ କରିଛନ୍ତି । ଏହି ବୋମାମାଡରେ ଗହଣା ଦୋକାନୀ ଆହତ ହୋଇଥିଲେ । ଏନେଇ ଗହଣା ଦୋକାନୀ ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାର ତନାଘନା ଯାଞ୍ଚ କରୁଛି । SDPO ଓ ନିଶ୍ଚିନ୍ତକୋଇଲି ଆଇଆଇସିଙ୍କ ମିଳିତ ସହଯୋଗରେ ଘଟଣା ଘଟିଥିବା ଆଖପାଖ ଅଞ୍ଚଳର CCTV ଯାଞ୍ଚ କରାଯାଉଛି ।