ଭୁବନେଶ୍ୱର: ରାଜଧାନୀରେ ଚାଲିଛି ସେକ୍ସ ରାକେଟ୍ । ଜଟଣୀ ସ୍ଥିତ ସାଇବିହାର ଅଞ୍ଚଳରେ ଏକ ଘରେ ସେକ୍ସ ରାକେଟ୍ ଚାଲୁଥିବାବେଳେ ଦେହଜୀବୀଙ୍କ ସହ ଗ୍ରାହକଙ୍କୁ ମାଡ଼ି ବସିଲା ପୋଲିସ୍ । ଘର ଭିତରୁ ୬ ଜଣ ଦେହଜୀବୀଙ୍କ ସମେତ ୫ ଜଣ ଗ୍ରାହକଙ୍କୁ ଗିରଫ କରିଛି ଜଟଣୀ ପୋଲିସ ।
ସାଇବିହାର ଅଞ୍ଚଳରେ ଏକ ଘର ଭିତରେ ଦେହ ବ୍ୟବସାହ ଚାଲୁଥିବା ନେଇ ଜଟଣୀ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା । ଏହା ପରେ ସାଦା ପୋଷାକରେ ମହିଳା ପୋଲିସ ଏବଂ ପୁରୁଷ ପୋଲିସ ରେଡ୍ କରିଥିଲେ । ଘର ଭିତରୁ ଜଣକ ପରେ ଜଣେ ଗ୍ରାହକ ବାହାରିଥିଲେ । ମୋଟ ୫ ଜଣ ଗ୍ରାହକଙ୍କୁ ଜଟଣୀ ପୋଲିସ ଗିରଫ କରିଛି । ଉଦ୍ଧାର ୬ ଜଣ ଦେହଜୀବୀଙ୍କ ମଧ୍ୟରୁ କିଛି ଜଣ ରାଜ୍ୟରୁ ବାହାରୁ ଆସିଥିବା ଜଣାପଡ଼ିଛି । ସମସ୍ତଙ୍କୁ ଥାନାକୁ ଆଣି ପୋଲିସ ପଚରା ଉଚରା କରୁଛି । ତେବେ ଏଥିରେ ଆଉ କିଏ ସାମିଲ ଅଛନ୍ତି ସେ ନେଇ ପୋଲିସ ଖୋଳତାଡ଼ କରୁଛି ।