ଭୁବନେଶ୍ୱର, ଯୁବ ନେତା ଇତିଶ ପ୍ରଧାନ ଗିରଫ ହୋଇଛନ୍ତି । ଶନିବାର ପ୍ରଥମେ ଅଟକ ରଖିବା ପରେ ଲକ୍ଷ୍ମୀସାଗର ଥାନା ପୋଲିସ ଗିରଫ କରିଛି । ଅଶ୍ଳୀଳ ଫଟୋ ଏବଂ ଭିଡ଼ିଓ ଭାଇରାଲ ମାମଲାରେ ଗିରଫ ହୋଇଛନ୍ତି । ଗିରଫ ପରେ ପୋଲିସ କୋର୍ଟ ଚାଲାଣ କରିଛି । ସେପଟେ ଇତିଶ କହିଛନ୍ତି, ବିନା ପ୍ରମାଣରେ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଉଛି ।
ବିଜେଡ଼ି କର୍ପୋରେଟର୍ ଅମରେଶ ଜେନାଙ୍କ ଏକ ଅଶ୍ଳୀଳ ଫଟୋ ଏବଂ ଭିଡ଼ିଓ ଭାଇରାଲ କରାଯାଇଥିଲା । ଏ ନେଇ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ପୋଲିସ ଚାର୍ଜସିଟ୍ ଦାଖଲ କରିଥିଲା । ଇତିଶ ହାଇକୋର୍ଟରେ ଜାମିନ ଆବେଦନ କରି ନିରାଶ ହୋଇଥିଲେ । ହାଇକୋର୍ଟରୁ ଜାମିନ ମିଳି ନ ଥିଲା ଏବଂ ତଳ କୋର୍ଟ ଇତିଶଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଥିଲେ । ସେବେଠାରୁ ଇତିଶ ଫେରାର ଥିଲେ । ଆଜି ସହିଦ ନଗର ଅଞ୍ଚଳରେ ଇତିଶ ଥିବାବେଳେ ଲକ୍ଷ୍ମୀସାଗର ପୋଲିସ ତାଙ୍କୁ ଗିରଫ କରିଛି ।