ବୌଦ୍ଧ: ମାଓବାଦୀଙ୍କୁ ଧରାଇଲେ ମିଳିବ ଆକର୍ଷଣୀୟ ପୁରସ୍କାର। ମାଓବାଦୀଙ୍କ ଠିକଣା ଜଣାଇଲେ ୮ କୋଟି ୪୦ ଲକ୍ଷର ପୁରସ୍କାର ରାଶି ଘୋଷଣା କରାଯାଇଛି। ୧୮ ମାଓବାଦୀଙ୍କ ମୁଣ୍ଡ ଉପରେ ମୋଟ୍ ୮ କୋଟି ୪୦ ଲକ୍ଷର ପୁରସ୍କାର ମିଳିବ। ବୌଦ୍ଧ ପୋଲିସ ପକ୍ଷରୁ ବିଭିନ୍ନ ଉପାନ୍ତ ଅଞ୍ଚଳରେ ଏ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ପୋଷ୍ଟର ଲଗାଯାଇଛି। ଏପରିକି କେଉଁ କେଉଁ ବର୍ଗର ମାଓବାଦୀଙ୍କ ପାଇଁ କେତେ ଟଙ୍କା ପୁରସ୍କାର ମିଳିବ ତାହା ମଧ୍ୟ ସେମାନଙ୍କ ଫଟୋରେ ନାଁ ସହ ପୁରସ୍କାର ରାଶି ଉଲ୍ଲେଖ କରାଯାଇଛି।
ଏହା ସହିତ ମାଓବାଦୀ ଆତ୍ମସମର୍ପଣ କଲେ ସେମାନଙ୍କୁ ମଧ୍ୟ କ’ଣ କ’ଣ ସୁବିଧା ମିଳିବ ତାହା ମଧ୍ୟ ଉଲ୍ଲେଖ କରାଯାଇଛି। ଯେଉଁ ବ୍ୟକ୍ତି ମାଓବାଦୀଙ୍କ ସମ୍ପର୍କରେ ପ୍ରଶାସନକୁ ଖବର ଦେବାକୁ ଚାହାନ୍ତି ସେମାନେ ୯୪୩୭୬୭୩୮୩୯ (9437673839) ନମ୍ବରରେ ଯୋଗାଯୋଗ କରିପାରିବେ ଏବଂ ଏହା ନିର୍ଭର ସହକାରେ କରିପାରିବେ କାରଣ ପ୍ରଶାସନ ମାଓବାଦୀଙ୍କ ତଥ୍ୟ ଦେଇଥିବା ବ୍ୟକ୍ତିଙ୍କ ନାମକୁ ଗୋପନ ରଖିବ ବୋଲି କହିଛି।
ଅଧିକ ପଢନ୍ତୁ: ସୁନ୍ଦରଗଡ଼ରେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ହେଲେ ଗର୍ଭବତୀ; ଅଭିଯୁକ୍ତକୁ ଗିରଫ କଲା ପୋଲିସ