ପୁଣେ: ଭଗବାନ ଶ୍ରୀକୃଷ୍ଣ ଏବଂ ହନୁମାନ ହେଉଛନ୍ତି ସବୁଠାରୁ ବଡ଼ କୂଟନୈତିଜ୍ଞ । ଜଣେ ମହାଭାରତର ମହାନ କୂଟନୈତିଜ୍ଞ ଏବଂ ଜଣେ ରାମାୟଣର କୂଟନୈତିଜ୍ଞ ଅଟନ୍ତି । ମହାରାଷ୍ଟ୍ର ପୁଣେରେ ଶନିବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ।
ପୁଣେରେ ସିମ୍ବାୟୋସିସ୍ ଇଣ୍ଟରନ୍ୟାସନାଲ (ଡିମ୍ଡ ୟୁନିଭରସିଟି)ର 22ତମ ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେଇ ଜୟଶଙ୍କର ବୈଦେଶିକ ମନ୍ତ୍ରୀ ନିଜକୁ ହନୁମାନଙ୍କ ଭଳି ଜଣେ ସେବାକାରୀ ବୋଲି କହିଛନ୍ତି । ଯେତେବେଳେ ପଚରାଗଲା ଯେ ଜଣେ ଜୟଶଙ୍କର ଦେଶ ପାଇଁ ଯଥେଷ୍ଟ କି, ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର କହିଥିଲେ, "ଆପଣଙ୍କର ପ୍ରଶ୍ନ ଭୁଲ। ଆପଣ ମୋତେ ପଚାରିବା ଉଚିତ ଥିଲା: ଜଣେ ମୋଦୀ ଅଛନ୍ତି । କାରଣ ସର୍ବଶେଷରେ, ହନୁମାନ ହେଉଛନ୍ତି ସେବାକାରୀ । ନେତା ଏବଂ ଦୃଷ୍ଟିକୋଣ ଦ୍ୱାରା ଦେଶଗୁଡ଼ିକୁ ଚିହ୍ନଟ କରାଯାଏ। କିଛି ଲୋକ ଅଛନ୍ତି ଯେଉଁମାନେ ଏହାକୁ କାର୍ଯ୍ୟକାରୀ କରନ୍ତି। କିନ୍ତୁ ଶେଷରେ, ଏହା ଦୃଷ୍ଟିକୋଣ, ନେତୃତ୍ୱ ଏବଂ ଆତ୍ମବିଶ୍ୱାସ ହିଁ ଆଜି ପାର୍ଥକ୍ୟ ସୃଷ୍ଟି କରୁଛି ।" ଆମେ ମହାଭାରତରୁ ଶକ୍ତି, ସଂଘର୍ଷ ଏବଂ ପରିବାର ବିଷୟରେ ଚିନ୍ତୁ କରୁ । କିନ୍ତୁ ରାମାୟଣରେ ସମସ୍ତ ଜଟିଳତା, ରଣନୀତି, ଯୁକ୍ତି ଏବଂ ଯୋଜନା ସମ୍ପର୍କରେ ଚିନ୍ତା କରନ୍ତିନି । କାରଣ, ମୋତେ ଯେତେବେଳେ ପଚରା ଯାଇଥିଲା ସବୁଠାରୁ ମହାନ କୂଟନୈତିଜ୍ଞ କିଏ , ସେତେବେଳେ ମୁଁ କହିଥିଲି, ଭଗବାନ ଶ୍ରୀକୃଷ୍ଣ ଏବଂ ହନୁମାନ । ଜଣେ ମହାଭାରତର ମହାନ କୂଟନୈତିଜ୍ଞ ଏବଂ ଜଣେ ରାମାୟଣର କୂଟନୈତିଜ୍ଞ ଅଟନ୍ତି ।
ଜୟଶଙ୍କର କହିଛନ୍ତି, ଯେତେବେଳେ ହନୁମାନଙ୍କୁ ଶ୍ରୀଲଙ୍କା ପଠାଇଯାଇଥିଲା, ବାସ୍ତବିକ ତଥ୍ୟ ସଂଗ୍ରହ କରିବାକୁ । ସିଏ ତଥ୍ୟ ସଂଗ୍ରହ କରିବାରେ ସଫଳ ରହିଥିଲେ । ସିଏ ମା ସୀତାଙ୍କୁ ମଧ୍ୟ ଭେଟିବାକୁ ପହଁଚି ଯାଇଥିଲେ । ସେ ସୀତାଙ୍କର ମନୋବଳ ବଢ଼ାଇବାରେ ସଫଳ ରହିଥିଲେ । ସେ ବିଭୀଷଣଙ୍କ ଗୁଣକୁ ଚିହ୍ନି ଥିଲେ । ବିଭୀଷଣ ଭଲ ଲୋକ ଥିଲେ , କିନ୍ତୁ ଭୁଲ ସଙ୍ଗତରେ ଥିଲେ । ଯଦି ତାଙ୍କୁ ପ୍ରୋତ୍ସାହିତ କରିବା ତାହା ହେଲେ ସିଏ ଆମ ସପକ୍ଷରେ ଆସିପାରନ୍ତି । ସିଏ ଏଥିରେ ବି ସଫଳ ରହିଥିଲେ । ଯଦି ଏଭଳି ବ୍ୟକ୍ତିଙ୍କୁ ବିଶ୍ୱ ସମ୍ମୁଖରେ ପ୍ରସ୍ତୁତ କରାଯାଇ ପାରିବ ନାହିଁ, ତ ମୁଁ ଭାବୁଛି ଆମେ ସଂସ୍କୃତି ସହିତ ବଡ଼ ଅନ୍ୟାୟ କରୁଛୁ ।
ଜୟଶଙ୍କର ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ୱ ଆଜି ଭାରତକୁ ଅଧିକ ସକାରାତ୍ମକ ଭାବରେ ଦେଖୁଛି ଏବଂ ଦେଶର ପ୍ରତିଛବିରେ ଏହି ପରିବର୍ତ୍ତନ ଏକ ବାସ୍ତବତା ଯାହାକୁ ଅସ୍ୱୀକାର କରାଯାଇପାରିବ ନାହିଁ । ବିଶ୍ୱରେ ଶକ୍ତି ଏବଂ ପ୍ରଭାବର ଅନେକ ନୂତନ କେନ୍ଦ୍ର ଉଭା ହୋଇଛି। କୌଣସି ଦେଶ, ଯେତେ ଶକ୍ତିଶାଳୀ ହେଉନା କାହିଁକି, ସମସ୍ତ ପ୍ରସଙ୍ଗରେ ନିଜର ଇଚ୍ଛାକୁ ଲାଗୁ କରିପାରିବ ନାହିଁ । ଭାରତ ମାନବ ସମ୍ବଳ କ୍ଷେତ୍ରରେ ସଫଳତାର ସହ ଅଗ୍ରଗତି କରିଛି, ଯେତେବେଳେ ଅନେକ ବିକଶିତ ଦେଶ ସ୍ଥିରତା ଏବଂ ଜନସଂଖ୍ୟାଗତ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ଏହା ମଧ୍ୟ କହିଛନ୍ତି ଯେ ବିଶ୍ୱ ଅର୍ଥନୈତିକ ଏବଂ ରାଜନୈତିକ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି। ସେ ଆହୁରି କହିଛନ୍ତି ଯେ ଆଜି ଭାରତ ଅନ୍ୟ ଦେଶମାନଙ୍କ ତୁଳନାରେ ଅଧିକ ପ୍ରତିଭା ଏବଂ ଦକ୍ଷତା ପାଇଁ ସ୍ୱୀକୃତି ପ୍ରାପ୍ତ ପାଇଛି । ଏମାନେ ମିଳିତ ଭାବରେ ଆମର ଜାତୀୟ ବ୍ରାଣ୍ଡ୍ ଗଠନ କରିବାରେ ସାହାଯ୍ୟ କରିଛନ୍ତି।