ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ତାମିଲନାଡୁରେ ଏସଆଇଆର ପରେ ଡ୍ରାଫ୍ଟ ଭୋଟର ତାଲିକା ଜାରି କରିଛନ୍ତି । ଏଥିରେ ପ୍ରାୟ ଏ କ କୋଟି ଲୋକଙ୍କ ନାଁ ହଟାଯାଇଛି । ନିର୍ବାଚନ ଆୟୋଗ ଜଣାଇଛନ୍ତି ଯେ, ରାଜ୍ୟର ୯୭ ଲକ୍ଷରୁ ଅଧିକ ମତଦାତାଙ୍କ ନାଁ ଏସଆଇଆର ସମୟରେ ହଟା ଯାଇଛି । ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀ ଅର୍ଚ୍ଚନା ପଟ୍ଟନାୟକ କହିଛନ୍ତି, ଡ୍ରାଫ୍ଟ ଭୋଟର ତାଲିକାରେ ୫ କୋଟି ୪୩ ଲକ୍ଷ ୭୬ ହଜାର ୭୫୫ ଭୋଟର ଅଛନ୍ତି । ଏଥିରୁ ୨ କୋଟି ୬୬ ଲକ୍ଷ ମହିଳା ଭୋଟର ଥିବା ବେଳେ ୨ କୋଟି ୭୭ ଲକ୍ଷ ପୁରୁଷ ଭୋଟର ଅଛନ୍ତି ।
ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁଯାୟୀ, ଏସଆଇଆର ପୂର୍ବରୁ ରାଜ୍ୟରେ ପ୍ରାୟ ୬ କୋଟି ୪୧ ଲକ୍ଷ ଭୋଟର ପଞ୍ଜୀକୃତ ହୋଇଥିଲେ ଏବଂ ଏହି ପ୍ରକ୍ରିୟା ପରେ, ୯୭ ଲକ୍ଷ ୩୭ ହଜାର ୮୩୨ ଭୋଟରଙ୍କ ନାମ ବାଦ ଦିଆଯାଇଛି । ଏଥିରୁ ୨୬.୯୪ ଲକ୍ଷ ମୃତ ଭୋଟର ଥିଲେ। ଏହା ସହିତ, ୬୬.୪୪ ଲକ୍ଷ ଲୋକ ଏମିତି ଅଛନ୍ତି, ଯେଉଁମାନେ ତାମିଲନାଡୁ ଛାଡି ଅନ୍ୟତ୍ର ରହୁଥିଲେ । ଏହା ସହିତ ରାଜୟରେ ୩ ଲକ୍ଷ ୩୯ ହଜାର ୨୭୮ ନକଲି ଭୋଟର ଥିଲେ । ଥିଲେ ଯେଉଁମାନେ ତାମିଲନାଡୁ ଛାଡି ଅନ୍ୟତ୍ର ଚାଲିଯାଇଥିଲେ ଏବଂ ୩୩୯,୨୭୮ ଡୁପ୍ଲିକେଟ୍ ପ୍ରବେଶ ଥିଲା। ଡୁପ୍ଲିକେଟ୍ ପ୍ରବେଶ ଅର୍ଥ ହେଉଛି ଏପରି ଭୋଟରମାନେ ଗୋଟିଏରୁ ଅଧିକ ସ୍ଥାନରେ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି।
ନିର୍ବାଚନ ଅଧିକାରୀ କହିଛନ୍ତି ଯେ ତାମିଲନାଡୁରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଥିବା ଭୋଟରଙ୍କ ସଂଖ୍ୟା ୬୬ ଲକ୍ଷ ୪୪ ହଜାର ୮୮୧, ଯେଉଁମାନେ ତିନି ଥର ଘର ଘର ଯାଞ୍ଚ ପରେ ମଧ୍ୟ ସେମାନଙ୍କ ପଞ୍ଜିକୃତ ଠିକଣାରେ ମିଳି ନଥିଲେ। ୨୦୨୬ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ତାମିଲନାଡୁରେ ରାଜନୈତିକ ଗତିବିଧି ବଢି ଯାଇଛି । ଏହାର ନିର୍ବାଚନ ପ୍ରସ୍ତୁତିର ଏକ ଅଂଶ ଭାବରେ, ଊଗକ "ମୋ ବୁଥ୍, ଜିଣିବା ବୁଥ୍" ଅଭିଯାନ ଆରମ୍ଭ କରିଛି ।