ନୂଆଦିଲ୍ଲୀ: ସୋସିଆଲ ମିଡିଆ କମ୍ପାନୀ ମେଟା ଏବଂ ଏହାର ପ୍ଲାଟଫର୍ମ ଫେସବୁକର ଏକ କାର୍ଯ୍ୟାନୁଷ୍ଠାନକୁ ନେଇ ଭାରତରେ ଏକ ବଡ଼ ବିବାଦ ଦେଖାଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓକୁ ଫେସବୁକରେ ଭାରତ ଭିତରେ ବ୍ଲକ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ପରେ ଶେଷରେ କମ୍ପାନୀ ନିଜ ଭୁଲ୍ ସ୍ୱୀକାର କରିଛି।
ନିଟ୍ ଜାଲିଆତି ଏବଂ ପରୀକ୍ଷା ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଯୁବବର୍ଗଙ୍କ ସହ ସିଧାସଳଖ ଆଲୋଚନା କରିବା ପାଇଁ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ଏକ ସେଲଫି ଭିଡିଓ ଅପଲୋଡ୍ କରିଥିଲେ। “ଆଗାମୀ କ୍ୟାବିନେଟ୍ ବୈଠକରେ ପେପର ଲିକ୍ ବିରୋଧରେ ଆହୁରି କଡ଼ା ପଦକ୍ଷେପ ନିଆଯିବ” ବୋଲି ଏହି ଭିଡିଓର ଶୀର୍ଷକ ରହିଥିଲା।
କିନ୍ତୁ କିଛି ଦିନ ପରେ ଯେତେବେଳେ ଭାରତୀୟ ବ୍ୟବହାରକାରୀମାନେ ଫେସବୁକରେ ଏହି ଭିଡିଓ ଦେଖିବାକୁ ଚେଷ୍ଟା କରିଥିଲେ, ସେତେବେଳେ ସେମାନଙ୍କୁ ଏକ ମେସେଜ୍ ଦୃଶ୍ୟମାନ ହୋଇଥିଲା ଯେ, "ଆଇନଗତ ଅନୁରୋଧ କାରଣରୁ ଏହ ଆପଣଙ୍କ ଅଞ୍ଚଳରେ ଉପଲବ୍ଧ ନାହିଁ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ମେସେଜରେ କୌଣସି ନିର୍ଦ୍ଦିଷ୍ଟ ଆଇନ କିମ୍ବା କେଉଁ ସଂସ୍ଥାର ଅନୁରୋଧକ୍ରମେ ଏହା ହେଲା, ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନଥିଲା।
ପ୍ରଧାନମନ୍ତ୍ରୀଙ୍କ ଭିଡିଓକୁ ଏପରି ଭାବରେ ପ୍ରତିବନ୍ଧିତ କରାଯିବାକୁ ନେଇ କ୍ଷମତାସୀନ ଭାରତୀୟ ଜନତା ପାର୍ଟି କମ୍ପାନୀ ଉପରେ ବର୍ଷିଥିଲା। ବିଜେପିର ଆଇଟି ଏବଂ ସୋସିଆଲ ମିଡିଆ ମୁଖ୍ୟ ପ୍ରୀତି ଗାନ୍ଧୀ ମେଟାକୁ ସିଧାସଳଖ ଟାଗ୍ କରି ପ୍ରଶ୍ନ କରିଥିଲେ ଯେ, କୋଟି କୋଟି ଭାରତୀୟ କଣ ଦେଖିବେ ଏବଂ କଣ ନାହିଁ, ତାହା ସ୍ଥିର କରିବାର ଅଧିକାର ମେଟାକୁ କିଏ ଦେଲା ? ଏହା କେବଳ କଣ୍ଟେଣ୍ଟ ମଡରେସନ୍ ନୁହେଁ, ବରଂ ରାଜନୈତିକ ପକ୍ଷପାତିତା ଏବଂ ସ୍ୱଚ୍ଛତା ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
Also Read: ତଦନ୍ତ ହେଉ, ଉତ୍ତରଦାୟୀ ସ୍ଥିର କରାଯାଉ, ସିଜେପି ପ୍ରଦର୍ଶନ ଉପରେ ଲାଠିଚାର୍ଜ ନେଇ ସୁପ୍ରିମକୋର୍ଟଙ୍କ ବଡ ଟିପ୍ପଣୀ